ନାଲକୋନଗର: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ କୁଲାଡ଼ ସ୍କୁଲ ନିକଟରେ ଦୁର୍ଘଟଣା ଘଟିଛି। କୁଲାଡ଼ ଆଡୁ ବଅଁରପାଳ ଅଭିମୁଖେ ଆସୁଥିବା ଲୁହା ବୋଝେଇ ଟ୍ରଲରଟି (ସିଜି୨୩ବି-୦୧୮୦) କୁଲାଡ଼ର ପୂର୍ବତନ ସରପଞ୍ଚଙ୍କ ବ୍ରିଜା କାର(ଓଡି୧୯ଜି-୯୬୭୭) ପଛ ପାଖରେ ଧକା ଦେଇଥିଲା। ଫଳରେ ପୂର୍ବତନ ସରପଞ୍ଚ ଶେଷଦେବ ଦେହୁରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫଳରେ ଶେଷଦେବଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କୁଲାଡ଼ ଗ୍ରାମର କିଶୋର କୁମାର ବିଶୋଇଙ୍କ ଘରେ ପସିଯିବା ସହ ଏକ ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ଦେଇଥିବା ସୂଚନା ରହିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us