କୋରାପୁଟ: ଗେଷ୍ଟ ଫାକଲ୍ଟିରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେ‌ଲେ ବନ୍ଧୁଗାଁର ସସ୍ମିତା

କୋରାପୁଟ: ଗେଷ୍ଟ ଫାକଲ୍ଟିରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେ‌ଲେ ବନ୍ଧୁଗାଁର ସସ୍ମିତା

Sambad

କୋରାପୁଟ: ବନ୍ଧୁଗାଁ ପରି ପଛୁଆ ଜିଲ୍ଲାର ଆଗୁଆ ମହିଳା ହେଉଛନ୍ତି କୋରାପୁଟ ଜିଲ୍ଲାର ସଦ୍ୟ ନିର୍ବାଚିତ ଜିଲ୍ଲାପରିଷଦ ସସ୍ମିତା ମେଲେକା। ରାୟଗଡା ମଡେଲ ଡିଗ୍ରୀ କଲେଜର ପ୍ରାଣୀବିଜ୍ଞାନ ବିଭାଗର ଗେଷ୍ଟ ଫାକଲ୍ଟି ଭାବେ ୨୦୧୮ରୁ ୨୦୨୦ ଯାଏ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ହାତରେ ବହୁ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ଚାକିରି କରିଥିବାବେଳେ ସେ ଏବେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେ‌ହେରା। ଖାଲି ସେତିକି ନୁହେଁ ସେ ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ଶିକ୍ଷାରେ ବିଏଡ୍‌, ପ୍ରାଣୀ ବିଜ୍ଞାନରେ ପିଜି, ଖଲିକୋଟ ବିଶ୍ବବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ, ରାୟଗଡା ଇଏମଆରଏସରୁ ଯୁକ୍ତଦୁଇ ଓ ନିଲାବାଡି ସରକାରୀ ବାଳିକା ବିଦ୍ୟାଳୟରୁ ଦଶମଶ୍ରେଣୀରେ ଭଲ ମାର୍କ ରଖି ପାସ ହୋଇଥିଲେ।

ଏହାସହ ପଟାଙ୍ଗି ବ୍ଲକର ଉପଧ୍ୟାକ୍ଷା ଭାବେ ୨୦୧୭ରୁ ୨୦୨୨ ଯାଏ ଦାୟିତ୍ବ ତୁଲାଇଛନ୍ତି। ତେବେ ବନ୍ଧୁଗାଁ ପରି ମାଓ ଅଧ୍ୟୁଷିତ, ଅବିକଶିତ ବ୍ଲକର କୁମ୍ଭାଗଣ୍ଡା ଗାଁରୁ ଏବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଯାଏ ଆସି ପହଞ୍ଚି ପାରିଛନ୍ତି। ସସ୍ମିତା ଜଣେ ଉଚ୍ଚଶିକ୍ଷିତ ହୋଇଥିବାବେଳେ ମେଧାବୀ ଛାତ୍ରୀ ଭାବେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସୁନାମ ଅର୍ଜିଛନ୍ତି। ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଏହି ବ୍ଲକରୁ ସେ ରାଜନୀତିରୁ ଆସିଥିବାରୁ ଆସନ୍ତା ଦିନରେ ତାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe