ଫେରିଲା ସାତକୋଶିଆର ଘଡ଼ିଆଳ ଗୌରବ, ୪୦ବର୍ଷ ପରେ ଜନ୍ମ ହେଲେ ୨୮ ଶାବକ

Advertisment

୧୯୮୧ ମସିହା ପରଠୁ ଵଂଶ ବଢୁ ନଥିଲା

୧୯୮୧ ମସିହା ପରଠୁ ଵଂଶ ବଢୁ ନଥିଲା

ଫେରିଲା ସାତକୋଶିଆର ଘଡ଼ିଆଳ ଗୌରବ, ୪୦ବର୍ଷ ପରେ ଜନ୍ମ ହେଲେ ୨୮ ଶାବକ

ଅନୁଗୁଳ/ବନ୍ତଳା : ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ପରେ ଆଜି ସାତକୋଶିଆ ପାଇଁ ଆସିଛି ଶୁଭ ଖବର। ମହାନଦୀର ଏହି ଗଣ୍ଡରେ ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ପିଠିରେ ପ୍ରାୟ ୨୮ଟି ନବ ନବଜାତକ ଶାବକ ମାନେ ଖେଳୁଥିବାର ଦୃଶ୍ୟ ପଦାକୁ ଆସିଛି। ଗଣ୍ଡରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପ୍ରାପ୍ତ ବୟସ୍କ ଦୁଇଟି ମାଈ ଘଡ଼ିଆଳ ଏବଂ ଗୋଟିଏ ପୁରୁଷ ଘଡ଼ିଆଳଙ୍କ ଔରସରୁ ଏହି ଶାବକ ଜନ୍ମ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମହାନଦୀର ଏହି ଗଣ୍ଡରେ ଥିବା ହିଂସ୍ର ପ୍ରଜାତିର ମଗର କୁମ୍ଭୀରଙ୍କ ଠାରୁ ଏହି ଶାବକମାନେ କେମିତି ସୁରକ୍ଷିତ ରହିବେ ତାହାକୁ ନେଇ ଘଡ଼ିଆଳ ପ୍ରେମୀଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଯେଉଁ କିଛି ପ୍ରଜାତିର କୁମ୍ଭୀର ଦୃଷ୍ଟିଗୋଚର ହୁଏ ସେମାନଙ୍କ ମଧ୍ୟରୁ ଘଡ଼ିଆଳ ହେଉଛି ଏକ ବିଲୁପ୍ତ ପ୍ରାୟ ପ୍ରଜାତି। ଯାହାଙ୍କର ପ୍ରାକୃତିକ ବାସସ୍ଥଳୀ କହିଲେ ସାତକୋଶିଆ ଅଭୟାରଣ୍ୟର ମହାନଦୀ ଗଣ୍ଡ। ବେଶୀ ଦିନ ନୁହେଁ, କେଇଟା ଦଶନ୍ଧି ତଳେ ଏହି ଗଣ୍ଡରେ ଘଡ଼ିଆଳ ଵଂଶ ବିସ୍ତାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ବିଦେଶରୁ କୁମ୍ଭୀର ବିଶାରଦ ଏଠାରେ ରହି ଘଡ଼ିଆଳ ଅଣ୍ଡାରୁ ଛୁଆ ଫୁଟାଇ ଗଣ୍ଡରେ ଛାଡିଥିଲେ। ଶହ ଶହ ସଂଖ୍ୟାରେ ଘଡ଼ିଆଳ ଛୁଆଙ୍କ ପାଇଁ ସାତକୋଶିଆ ଗଣ୍ଡ ହସୁଥିଲା। ସେଥିପାଇଁ ଟିକରପଡା କୁମ୍ଭୀର ଚାଷ ନାଁରେ ବେଶ ଖ୍ୟାତି ଅର୍ଜିଥିଲା।

କିନ୍ତୁ, ସମୟ କ୍ରମେ ଏ ଉଦ୍ୟମ ବିଫଳ ହେବାରେ ଲାଗିଲା। ଯେଉଁଠି ଶହ ଶହ ସଂଖ୍ୟାରେ ଘଡ଼ିଆଳ ଛୁଆ ଗଣ୍ଡରେ ଖେଳୁଥିଲେ ସେଠି ହାତ ଗଣତି ଘଡ଼ିଆଳ ରହିଗଲେ। ପ୍ରାକୃତିକ ବାସ ସ୍ଥଳୀରୁ ଏ ଘଡ଼ିଆଳ ବଂଶ ଦିନ କୁ ଦିନ ଲୋପ ପାଉଥିବା ବେଳେ ହିଂସ୍ର ପ୍ରଜାତି କୁମ୍ଭୀର କୁହା ଯାଉଥିବା ମଗର ପ୍ରଜାତି ପୂରା ଗଣ୍ଡରେ ବଂଶ ବିସ୍ତାର କରି ଚାଲିଲେ। କୁମ୍ଭୀର ଗଣନା ରିପୋର୍ଟ ମୁତାବକ, ସାତକୋଶିଆର ଏହି ବିରାଟ ଗଣ୍ଡରେ ମଗର ସଂଖ୍ୟା ଶହେରୁ ଅଧିକ ଥିବା ବେଳେ ଘଡ଼ିଆଳ ସଂଖ୍ୟା ୨/୩ରେ ସୀମିତ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ସତ୍ତ୍ୱେ ଏହି ଦୁଇ ତିନୋଟି ଘଡ଼ିଆଳଙ୍କ ଠାରୁ କୌଣସି ପ୍ରଜନନ ଦୃଷ୍ଟି ଗୋଚର ହେଲା ନାହିଁ। ସାତକୋଶିଆ କର୍ତ୍ତୃପକ୍ଷ ଏନେଇ ନିରାଶ ପ୍ରକଟ କରିଥିଲେ। ଗଣ୍ଡରେ ବୁଲୁଥିବା ପ୍ରାପ୍ତ ବୟସ୍କ ଘଡ଼ିଆଳଙ୍କ ଠାରୁ ଵଂଶ ବିସ୍ତାର ନେଇ ଆଶା ଛାଡି ଦେଇଥିଲେ।
ନନ୍ଦନକାନନରୁ ନୂଆ ଘଡ଼ିଆଳ ଛୁଆ ଆଣି ସେମାନଙ୍କ ଠାରୁ ପ୍ରଜନନ କରିବା ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଘଡ଼ିଆଳ।ପ୍ରକଳ୍ପ ଆରମ୍ଭ କଲେ। କୁମ୍ଭୀର ବିଶାରଦ ପ୍ରକଳ୍ପ ର ଉପଦେଷ୍ଟା ପ୍ରଫେସର ସୁଦର୍ଶନ ମହାରଣାଙ୍କ ତତ୍ୱାବଧାନରେ ନନ୍ଦନକାନନରୁ ଘଡ଼ିଆଳ ଛୁଆ ଆଣି ଗଣ୍ଡରେ ବିଭିନ୍ନ ପର୍ଯ୍ୟାୟରେ ଛଡା ଯାଇଥିଲା। ସେମାନଙ୍କର ମୋନିଟରିଂ ସହିତ ଗଣ୍ଡରେ ଘଡ଼ିଆଳ ଙ୍କର ଅବାଧ ବିଚରଣ ଯେମିତି ହୋଇ ପାରିବ ସେନେଇ ନଦୀ କୂଳିଆ ଗାଁ ଲୋକଙ୍କ ସହଯୋଗ ଲୋଡ଼ା ଯାଇଥିଲା। ଗଣ୍ଡରେ ଜାଲ ପକାଇ ମାଛ ନ ମାରିବା ଉପରେ ସଚେତନ କରାଯାଇଥିଲା। ନନ୍ଦନ କାନନରୁ ଆସିଥିବା ଘଡ଼ିଆଳ ମାନେ ଯଦିଓ ପ୍ରଜନନ କରି ନାହାନ୍ତି, ନଦୀ କୂଳିଆ ଗାଁ ଲୋକଙ୍କ ସହଯୋଗ, ବନ ବିଭାଗର ଅକ୍ଲାନ୍ତ ଉଦ୍ୟମ ପାଇଁ ପୂର୍ବ ରୁ ଗଣ୍ଡରେ ଥିବା ପ୍ରାପ୍ତ ବୟସ୍କ ଘଡ଼ିଆଳମାନେ ପ୍ରଜନନ କରିବା ପାଇଁ ମହାନଦୀ ଗଣ୍ଡରେ ପୁଣି ପ୍ରାକୃତିକ ପରିବେଶ ଫେରି ପାଇଛନ୍ତି।

publive-image
ଦୀର୍ଘ ବର୍ଷ ହେଲା ଗଣ୍ଡରେ ରହୁଥିବା ସତ୍ତ୍ୱେ ପ୍ରଜନନ କରୁ ନଥିବା ପ୍ରାପ୍ତ ବୟସ୍କ ଘଡ଼ିଆଳମାନେ ଶାବକ ଜନ୍ମ ଦେଇଛନ୍ତି ବୋଲି ପ୍ରଫେସର ଶ୍ରୀ ମହାରଣା ସମ୍ବାଦକୁ କହିଛନ୍ତି।
ପ୍ରାୟ ୧୯୮୧ ମସିହାରେ କ୍ରୁତିମ ଉପାୟରେ ମହାନଦୀରେ ଅଣ୍ଡା ଫୁଟାଇ ଘଡ଼ିଆଳ ଛୁଆଙ୍କୁ ଛଡା ଯାଉଥିଲା। କ୍ରୁତିମ ଉପାୟରେ ଏମିତି ଗଣ୍ଡରେ ଶାବକ ଜନ୍ମ ହେଉ ନଥିଲେ। ବର୍ତମାନ।ଗଣ୍ଡରେ ଶାବକ ଜନ୍ମ ନେବା କେବଳ ଓଡିଶା ପାଇଁ ନୁହେଁ, ଭାରତ ପାଇଁ ଅତ୍ୟନ୍ତ ଖୁସିର ଖବର ବୋଲି ପ୍ରଫେସର ମହାରଣା ସମ୍ବାଦ କୁ କହିଛନ୍ତି।
ଏହି ଛୁଆଙ୍କୁ ସତକୋଶିଆ ବନଖଣ୍ଡର ବଳଦ ମରା ଠାରେ ଠାବ କରାଯାଇଛି। ଶାବକ ଗୁଡିକ ମା ପିଠିରେ ଖେଳୁ ଥିବା ବେଳେ ବନ ବିଭାଗ ସେମାନଙ୍କର ଫୋଟୋ ଉତ୍ତୋଳନ କରିଛି। ମା ପାଖରେ ପ୍ରାୟ ୨୮ଟି ଛୁଆ ଖେଳୁଥିବା ଗଣନା କରାଯାଇଛି ବୋଲି ସାତକୋଶିଆ ଅଭୟାରଣ୍ୟର କ୍ଷେତ୍ର ନିର୍ଦେଶକ ପ୍ରଦୀପ ରାଜ କରାଟ ସମ୍ବାଦକୁ କହିଛନ୍ତି। ଦୀର୍ଘ ବର୍ଷ ପରେ ସାତକୋଶିଆରେ ଘଡ଼ିଆଳ ଶାବକ ଙ୍କ ଜନ୍ମ ନିଶ୍ଚିତ ଭବେ ଖୁସି ଖବର।
ଘଡ଼ିଆଳ ଶାବକଙ୍କ ର ବର୍ତମାନ ମୋନିଟରିଂ କରାଯିବ। ସେମାନଙ୍କ ସୁରକ୍ଷା ଉପରେ ଚିନ୍ତା କରାଯାଉଛି ବୋଲି ନିର୍ଦେଶକ ଶ୍ରୀ କରାଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe