ସତ୍ୟବାଦୀରେ ୩ ଜଣଙ୍କୁ ହତ୍ୟା ଘଟଣା: ୬ ଅଭିଯୁକ୍ତ ଗିରଫ

Advertisment
ସତ୍ୟବାଦୀରେ ୩ ଜଣଙ୍କୁ ହତ୍ୟା ଘଟଣା: ୬ ଅଭିଯୁକ୍ତ ଗିରଫ

ପୁରୀ: ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆ ଛକରେ ରବିବାର ସନ୍ଧ୍ୟାରେ ଟ୍ରିପଲ୍‌ ମର୍ଡର ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁରୀ ଏସ୍‌ପି ଡ. ଉମାକାନ୍ତ ଦାଶ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡ ଏବଂ ଅଭିଯୁକ୍ତମାନଙ୍କୁ ଅଟକ ରଖିବା ନେଇ ଏସ୍‌ପି ଟାଉନ୍‌ ଥାନାରେ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ୩ ଜଣ ଅଭିଯୁକ୍ତ ରାଜ୍ୟ ବାହାରୁ ଗିରଫ ହୋଇଛନ୍ତି। ଏହି ଘଟଣାରେ ଅନ୍ୟମାନେ ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

ଘଟଣା ଦିନ ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ନିଧି ବେହେରାଙ୍କ ପୁଅ ଭିକାରୀ ବେହେରା, ଭ୍ରମର ବେହେରାଙ୍କ ପୁଅ ହରିହର ବେହେରା, ଫକୀର ବେହେରାଙ୍କ ପୁଅ ମନୁଆ ବେହେରା, ରାମ ବେହେରାଙ୍କ ପୁଅ ସହଦେବ ବେହେରା, ଗୋବିନ୍ଦ ବେହେରାଙ୍କ ପୁଅ ସୁବଳ ବେହେରା ଓ ଫକୀର ବେହେରାଙ୍କ ପୁଅ ଶଙ୍କର ବେହେରା ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ର୍ନିମମ ଭାବେ ହତ୍ୟା କରିଥିଲେ।

ଅଭିଯୁକ୍ତମାନେ ୩ ଜଣଙ୍କୁ ଗୋଡାଇ ଗୋଡାଇ ହାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରୁ ସେମାନଙ୍କୁ ଧରିବାରେ ସଫଳ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe