କଂଗ୍ରେସର ‘ସଂକୀର୍ତ୍ତନ ସତ୍ୟାଗ୍ରହ’

Advertisment
କଂଗ୍ରେସର ‘ସଂକୀର୍ତ୍ତନ ସତ୍ୟାଗ୍ରହ’

ଭଦ୍ରକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ଵାର ଭକ୍ତମାନଙ୍କ ପାଇଁ ଖୋଲା କରିବା ଓ ରତ୍ନ ଭଣ୍ଡାର ଖୋଲି ସମସ୍ତ ଅଳଙ୍କାର ଗଣତି କରିବା, ବେଦାନ୍ତ କମ୍ପାନୀ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥ ଜମି ଏବଂ ସାଧାରଣ ଲୋକଙ୍କ ଚାଷ ଜମିକୁ ଫେରସ୍ତ କରାଯିବା ଦାବି ନେଇ ଆଜି ଭଦ୍ରକ କଂଗ୍ରେସ ପକ୍ଷରୁ ‘ସଂକୀର୍ତ୍ତନ ସତ୍ୟାଗ୍ରହ’ ଭଦ୍ରକ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ସତ୍ୟାଗ୍ରହରେ ଜିଲ୍ଲା କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସର ସମସ୍ତ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସେଲର କର୍ମକର୍ତ୍ତା ଯୋଗ ଦେଇଥିଲେ। ବିଜେଡ଼ି ସରକାର ସମୟରେ ଶ୍ରୀମନ୍ଦିର ପ୍ରଶାସକ, ଗଜପତି ମହାରାଜ ଏବଂ ବିଭିନ୍ନ ସେବାୟତ ନିୟୋଗଙ୍କ ମଧ୍ୟରେ ସମନ୍ଵୟ ନଥିବାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁମାନେ ଘଣ୍ଟାଘଣ୍ଟା ଧରି ଖରାବର୍ଷାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାବତୀୟ କଷ୍ଟ ସ୍ବୀକାର କରୁଛନ୍ତି।

ସରକାର ଏହି ଧାଡ଼ି ଦର୍ଶନ ବନ୍ଦ କରି ପୂର୍ବ ଭଳି ମନ୍ଦିରର ସମସ୍ତ ଦ୍ଵାର ଭକ୍ତଙ୍କ ପାଇଁ ଖୋଲା କରିବାକୁ ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ମାଧ୍ୟମରେ ଦାବି କରାଯାଇଛି। ଏଥି ସହିତ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସମସ୍ତ ଦ୍ଵାରା ଖୋଲିବା ସହିତ ଅଳଙ୍କାରଗୁଡ଼ିକର ଗଣତି ଓ ଓଜନ କରିବା, ବେଦାନ୍ତ ପକ୍ଷରୁ ନିଆଯାଇଥିବା ଜଗନ୍ନାଥଙ୍କ ଜମି ଓ ସାଧାରଣ ଲୋକଙ୍କ ଜମି ଫେରସ୍ତ କରାଯିବାକୁ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ଅବଦୁଲ ମୁକିତ ଖାଁ ପ୍ରମୁଖ ସତ୍ୟାଗ୍ରହ ସଭାରେ ଦାବି କରିଥିଲେ। ଏହି ସତ୍ୟାଗ୍ରହରେ ଅନ୍ୟମାନଙ୍କ ମଧ୍ୟରେ ପୀତବାସ ଧଳ, ଦେବେନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ଦାସ, ରାଜନ ଲାହା, ହେମନ୍ତ ମହାପାତ୍ର, ଗୟାଧର ସେଠୀ, ଅମୂଲ୍ୟ ଦାସ, ଜଳଧର ମଲ୍ଲିକ, ବିଜୟ ବାରିକ, ମାନସ ମଲ୍ଲିକ, ସୌଭାଗ୍ୟ ରାଉତ, ଅସ୍ରଫ୍ ଅଲି ଖାଁ, ପଦ୍ମଲୋଚନ ବେହେରା, ରଶ୍ମିରଂଜନ ଦାସ, ଜୀତେନ୍ଦ୍ର ନାୟକ, ବଳରାମ ପଣ୍ଡା, ଅମର ମଲ୍ଲିକ, ଶ୍ରୀକାନ୍ତ ରାଉତ, ରାମଚନ୍ଦ୍ର ବେହେରା, ଦୈତାରୀ ଦାସ, ରଞ୍ଜନ ଜେନା, ଶଶିକାନ୍ତ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe