ଧାନ କିଣା ଆରମ୍ଭରୁ ଦୁର୍ନୀତି ଅଭିଯୋଗ

ଧାନ କିଣା ଆରମ୍ଭରୁ ଦୁର୍ନୀତି ଅଭିଯୋଗ

ଭଦ୍ରକ‌: ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସୋସାଇଟି ସେକ୍ରେଟେରୀ ବିରୁଦ୍ଧରେ ଅର୍ଥ ଆତ୍ମସାତ ଅଭିଯୋଗ। ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ତଦନ୍ତ କରାଯିବା ସହ ସେକ୍ରେଟେରୀଙ୍କୁ ନିଲମ୍ବନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ସେକ୍ରେଟେରୀଙ୍କୁ ପୁନଃ ଥଇଥାନ କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଚାଷୀ ବିଭାଗୀୟ ନୀତିକୁ ସନ୍ଦେହ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଭଦ୍ରକ ବ୍ଲକ ଆମ୍ବରୋଳୀ ସୋସାଇଟିରେ ଦେଖିବାକୁ ମିଳିଛି।

ସୂଚନାନୁସାରେ ଆମ୍ବରୋଳୀ ସୋାସାଇଟି ଉପରେ ବାଣିତିଆ, ବନ୍ଧଗାଁ ଓ ଆମ୍ବରୋଳୀ ପଞ୍ଚାୟତର ଚାଷୀମାନେ ନିର୍ଭର କରନ୍ତି। ଏହି ସୋସାଇଟି ସଂପାଦକଙ୍କ ବିରୁଦ୍ଧରେ ଗତ ନଭେମ୍ବର ୨୩ ତାରିଖରେ ଅର୍ଥ ଆତ୍ମସାତ ଅଭିଯୋଗ ଆସିଥିଲା। ଆୟବ୍ୟୟର ଅନିୟମିତତା, ଧାନ କିଣାବିକାରେ ଅନିୟମିତତା ଓ ରେଜିଷ୍ଟାରଙ୍କ ନିର୍ଦେଶକୁ ଅବମାନନା ଆଦି ତ୍ରୁଟି ଦର୍ଶାଇ ଚାଷୀମାନେ ଏକ ପତ୍ର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରେରଣ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବା ସହ ଶ୍ରୀ ଦାସଙ୍କୁ ଚଳିତ ମାସ ୭ ତାରିଖରେ ନିଲମ୍ବନ କରିଥିଲେ।

ଦୁଖଃର ବିଷୟ କିଛି ଦିନ ପରେ ଶ୍ରୀ ଦାସଙ୍କୁ ଉକ୍ତ କାର୍ଯ୍ୟରେ ପୁନଃ ଥଇଥାନ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଚାଷୀ ଏଆରସିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଏହି ଘଟଣାରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe