କଟକ ବଡ଼ ମେଡ଼ିକାଲ ଚତୁଃପାର୍ଶ୍ବରୁ ଉଚ୍ଛେଦ ପରେ ମୋଟ ୫୫ଜଣଙ୍କୁ କ୍ଷତିପୂରଣ ପ୍ରଦାନ କଲା ପ୍ରଶାସନ

Advertisment
କଟକ ବଡ଼ ମେଡ଼ିକାଲ ଚତୁଃପାର୍ଶ୍ବରୁ ଉଚ୍ଛେଦ ପରେ ମୋଟ ୫୫ଜଣଙ୍କୁ କ୍ଷତିପୂରଣ ପ୍ରଦାନ କଲା ପ୍ରଶାସନ

କଟକ: କଟକର ଏସସିବି ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ ବା ବଡ଼ ମେଡ଼ିକାଲର ସଂପ୍ରସାରଣ ପାଇଁ ଆଜି ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ଏହି ଉଚ୍ଛେଦ ପରେ ମୋଟ ୫୫ଜଣଙ୍କୁ ପ୍ରଶାସନ କ୍ଷତିପୂରଣ ପ୍ରଦାନ କରିଛି ବୋଲି ସୂଚନା ମିଳିଛି। ଏହାପୂର୍ବରୁ ଉଚ୍ଛେଦ କରାଯାଉଥିବା ଲୋକମାନଙ୍କୁ ଥଇଥାନ କରାଯିବା ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରିଥିଲେ।

ଦୋକାନ ବଜାର ଉଚ୍ଛେଦ ପରେ ସେମାନଙ୍କୁ ଯୋବ୍ରା ଜଳସଂପଦ ବିଭାଗର ଷ୍ଟୋର୍‌ କ୍ୟାମ୍ପସଠାରେ ଥଇଥାନ କରାଯିବ। ଉଚ୍ଛେଦ କରାଯାଉଥିବା ଲୋକମାନଙ୍କୁ ଆବଶ୍ୟକ ପାଣି, ବିଦ୍ୟୁତ ଓ ଶୌଚାଳୟ ଇତ୍ୟାଦି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯୋବ୍ରା ତାଳଦଣ୍ଡା କେନାଲ ଅଞ୍ଚଳ ମାଛ ମାର୍କେଟକୁ ପ୍ରଥମେ ଉଚ୍ଛେଦ କାମ ଆରମ୍ଭ କରାଯାଇଥିଲା। ଏହାପରେ ପାଖରେ ଥିବା ଅନ୍ୟାନ୍ୟ କ୍ୟାବିନ୍‌ ଓ ଦୋକାନଗୁଡ଼ିକୁ ବି ଉଠାଇ ଦିଆଯାଇଛି। ଏହି ଉଚ୍ଛେଦ ସମୟରେ ଘଟଣାସ୍ଥଳରେ ସିଏମସି କମିସନର୍‌ ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ମିଶ୍ର ଓ କଟକ ସଦର ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe