ଓଲଟିଲା ସ୍କୁଲ ଅଟୋ, ୫ ଆହତ

Advertisment
ଓଲଟିଲା ସ୍କୁଲ ଅଟୋ, ୫ ଆହତ

ରାଉରକେଲା : ଆଜି ସକାଳେ ଏକ ଘରୋଇ ଇଂଲିଶ ମିଡ଼ିଅମ ସ୍କୁଲର ଅଟୋ ଓଲଟି ପଡିବାରୁ ୫ ଜଣ ଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ମାତ୍ର ଏହି ଘଟଣା ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଯାନଗୁଡିକର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ରାଉରକେଲା ଆରଟିଓ ପକ୍ଷରୁ ବେଆଇନ ତଥା ଅସୁରକ୍ଷିତ ଯାନ ଗୁଡିକୁ ଯାଞ୍ଚ କରାଯାଉଛି। ଦୁଇଦିନ ତଳେ ପରିବହନ ବିଭାଗ ତରଫରୁ ବିଭିନ୍ନ ସ୍କୁଲର ବସ, ଅଟୋ, ଭ୍ୟାନ ଆଦି ଯାଞ୍ଚ କରାଯାଇ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା କରାଯାଇଥିଲା। ସୁନ୍ଦରଗଡରେ ମଧ୍ୟ ଏକ ଘରୋଇ ବସକୁ ଯାଞ୍ଚ କରାଯାଇ ୩ ଲକ୍ଷ ୭୦ହଜାର ଟଙ୍କା ଜରିମାନା କରାଯାଇଥିଲା।

ଏହି ଯାନଗୁଡିକ ମୋଟର ଯାନ ଆଇନର ବିଭିନ୍ନ ନିୟମକୁ ଅଣଦେଖା କରିଥିଲେ। ଏବେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ସମସ୍ତ ଜିଲ୍ଲାରେ ସ୍କୁଲ ବସ ସହ ଛାତ୍ରଛାତ୍ରୀଙ୍କୁ ନେବା ଆଣିବାରେ ନିୟୋଜିତ ଅନ୍ୟ ଗାଡି ଗୁଡିକ ଯାଞ୍ଚ କରାଯାଉଛି। ତଥାପି ସ୍କୁଲ ଅଟୋ ସହ ଅନ୍ୟ କେତେକ ଗାଡି ବିନା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପିଲାମାନଙ୍କୁ ନେବା ଆଣିବା କରୁଛନ୍ତି ।

ସୋମବାର ଦିନ ରାଉରକେଲା ୧୫ ନମ୍ବର ସେକ୍ଟରରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ଓଲଟି ୫ ଜଣ ଛାତ୍ରୀ ଆହତ ହେବା ଘଟଣା ପୁଣି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯିବା ଆସିବା କରୁଥିବା ଯାନଗୁଡିକର ଯାଞ୍ଚ ଆହୁରି କଡାକଡି କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe