୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍କୁଲ କିରାଣି

Advertisment
୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍କୁଲ କିରାଣି

ଯାଜପୁର ଟାଉନ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍କୁଲ କିରାଣି । ପେନସନ କାଗଜପତ୍ର କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ। କବିରପୁରସ୍ଥିତ ପୁରୁଷୋତ୍ତମପୁର ଉଚ୍ଚବିଦ୍ୟାଳୟର କିରାଣି ମହେଶ୍ୱର ସାମଲଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଛି ପୁଲିସ।

ସୂଚନା ଅନୁଯାୟୀ, ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ରାୟଙ୍କୁ ପେନସନ୍ କାଗଜପତ୍ର କାମ କରାଇଦେବା ପାଇଁ କିରାଣି ମହେଶ୍ୱର ସାମଲ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଅବସରପ୍ରାପ୍ତ ଶିକ୍ଷକ ନିରଂଜନ ରାୟ କିରାଣି ମହେଶ୍ୱରଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସର ନିର୍ଦ୍ଦେଶ ଅନୁସାରେ ଯୋଜନା ମୁତାବକ  ଆଜି ୪ ହଜାର ଟଙ୍କା ଲାଞ୍ଚ ଦେବାକୁ ଯାଇଥିଲେ ଅଭିଯୋଗକାରୀ। ତାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମହେଶ୍ବର ସାମଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe