ଅବ୍ୟବସ୍ଥାରେ ଗୋବିନ୍ଦପାଲ୍ଲୀ ବିଜୁପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

Advertisment
ଅବ୍ୟବସ୍ଥାରେ ଗୋବିନ୍ଦପାଲ୍ଲୀ ବିଜୁପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

Sambad

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରର କୋଠା ଗୁଡ଼ିକର ଅବସ୍ଥା ଅତି ଦୟନୀୟ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି। କୋଠା ଗୁଡ଼ିକର ଛାତରୁ ଅତ୍ୟଧିକ ପାଣି ପଡୁଥିବା ବେଳେ ସିମେଣ୍ଟ ଖଣ୍ଡ ଖସୁଥିବାରୁ ସେହି କୋଠାରେ ପାଠ ପଢାଯାଉ ନଥିବାର ମଧ୍ୟ ଦେଖିବାକୁ ମିଳିଛି। ତେଣୁ ପିଲାଙ୍କର ପାଠ ପଢ଼ାରେ ନାହିଁ ନଥିବା ଅସୁବିଧା ଉପୁଜିଥିବାର ଦେଖିବାକୁ ମିଳିଛି। ଏଥିସହ ବାହାର ପଟେ କାନ୍ଥ ମଧ୍ୟ ଭାଙ୍ଗିଯାଇଛି। ଯାହା ଫଳରେ ଗାଈଗୋରୁ ପଶି ଗଛସବୁ ମଧ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ଏହିଭଳି ସମସ୍ୟା ଲାଗି ରହିଥିବା ଆଶଙ୍କା କରାଯାଉଥାଇପାରେ, କିନ୍ତୁ ଦୀର୍ଘବର୍ଷ ଧରି ଏହିପରି ଅସୁବିଧାର ସାମ୍ନା କରୁଛନ୍ତି ଛାତ୍ରାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ। ଅଧ୍ୟକ୍ଷଙ୍କ କହିବା ହିସାବରେ ପ୍ରଶାସନଙ୍କୁ ଅନେକ ବାର ଜଣେଇବା ସତ୍ୱେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

publive-image Sambad

କେହି ବି ଉନ୍ନତିକରଣ ପାଇଁ ହାତ ବଢ଼ାଉ ନାହାନ୍ତି ବୋଲି କହିଛନ୍ତି। ତେଣେ ବର୍ଷା ଦିନ ଆସିଲେ, ପିଲାଙ୍କର କୌଣସି ପ୍ରକାର କ୍ଷତି ନ ହୋଉ ବୋଲି ମଧ୍ୟ ଅଧ୍ୟକ୍ଷ କହିଛନ୍ତି। ଏହି ବିଦ୍ୟାଳୟରେ ଛାତ୍ର-୨୩୯ ଜଣ ଥିବା ବେଳେ ଛାତ୍ରୀ-୨୦୭ ଜଣ ସର୍ବମୋଟ-୪୪୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେହିପରି ୧୭ ଜଣ କର୍ମଚାରୀ ମଧ୍ୟ ଏହି ବିଦ୍ୟାଳଯରେ କାମ କରୁଛନ୍ତି। ତେଣେ ପୁରାତନ ପିଲାଙ୍କୁ ପଚାରିବାରୁ, ଦୀର୍ଘ ୪ବର୍ଷ ଧରି ସେମାନେ ବାର୍ଷିକ ଉତ୍ସବ ହେଇନଥିବା ବେଳେ ବାର୍ଷିକ ଉତ୍ସବ ଏବଂ ବାର୍ଷିକ କ୍ରୀଡ଼ା ଉତ୍ସବ, ଏବଂ ବିଦ୍ୟାଳୟ ଉନ୍ନତି କରଣ ପାଇଁ ନିଆ ଯାଉଥିବା ଟଙ୍କା କେଉଁ ସବୁ କାର୍ଯ୍ୟରେ ଲାଗୁଚି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ପିଲା ମାନେ ପାଠପଢ଼ାରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଇଛନ୍ତି ବୋଲି ପୂର୍ବତନ ଛାତ୍ର ନେତା ହୃଷିକେଶ ବେହେରା କହିଛନ୍ତି। ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ସରକାର ଏବଂ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି କି ତୁରନ୍ତ କୋଠା ଗୁଡିକ ମରାମତି କରିବା ପାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe