ଭେଣ୍ଡିଆଯୋଡି ସ୍କୁଲର ଦୁରବସ୍ଥା: ଫଟା କାନ୍ଥ ଏବଂ ବିପଦସଙ୍କୁଳ ଛାତ ତଳେ ବସୁଛନ୍ତି ଛାତ୍ରଛାତ୍ରୀ

Advertisment
ଭେଣ୍ଡିଆଯୋଡି ସ୍କୁଲର ଦୁରବସ୍ଥା: ଫଟା କାନ୍ଥ ଏବଂ ବିପଦସଙ୍କୁଳ ଛାତ ତଳେ ବସୁଛନ୍ତି ଛାତ୍ରଛାତ୍ରୀ

Sambad

ବୈପାରିଗୁଡା: ଫଟା କାନ୍ଥ ଏବଂ ବିପଦ ସଙ୍କୁଳ ଛାତ ତଳେ ବସି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଯେ କୌଣସି ସମୟରେ କିଛି ବି ଅଘଟଣ ଘଟିପାରେ। ତଥାପି ଏଥିପ୍ରତି କାହାର ନିଘାନାହିଁ। ଏଭଳି ଅଭିଯୋଗ ଆଣିବା ସହ ମରାମତି ନିମନ୍ତେ ଗ୍ରାମବାସୀମାନେ ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ବିଡ଼ିଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚାୟତର ଭେଣ୍ଡିଆଯୋଡି ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟର ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଛି।

publive-image Sambad

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଥିବା ଏହି ବିଦ୍ୟାଳୟରେ ମୋଟ ୧୪୨ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ତେବେ ଶ୍ରେଣୀ ଗୃହର କାନ୍ଥ ଫାଟିବାକୁ ବସିଲାଣି। ସବୁଠୁ ବଡ଼ କଥା ହେଉଛି, ସ୍କୁଲ ଗୃହର ଛାତ ଧୀରେଧୀରେ ନଇଁବାକୁ ବସିଲାଣି। ବର୍ଷାରୁ ଛାତରୁ ପାଣି ଗଳି ଶ୍ରେଣୀ ଗୃହ ସାରା ପାଣି ଭର୍ତ୍ତି ହୋଇଯାଉଥିବା ଯୋଗୁଁ ଛାତ୍ରଛାତ୍ରୀ ବସି ପାରୁନାହାନ୍ତି। ଛାତର ଅବସ୍ଥା ଯେଉଁ ଭଳି ରହିଛି, କୌଣସି ସମୟରେ ଭୁଷୁଡି ଯାଇପାରେ।

publive-image Sambad

ସ୍ଥାନୀୟ ସରପଞ୍ଚଙ୍କୁ ଏସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। କୈାଣସି ଅଘଟଣ ଘଟିବା ପୂର୍ବରୁ ଯଥାଶୀଘ୍ର ଛାତ ଏବଂ ଶ୍ରେଣୀ ଗୃହର କାନ୍ଥ ମରାମତି କରିବା ନିମନ୍ତେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କୁ ଭେଟି ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe