୫-ଟି ଗୋପବନ୍ଧୁ ସ୍ମାରକୀ ହାଇସ୍କୁଲ୍‌ରେ ଶିକ୍ଷାଦାନ ବ୍ୟବସ୍ଥା ଏମିତି

Advertisment

୧୮ ବର୍ଷ ହେବ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନାହାନ୍ତି

୧୮ ବର୍ଷ ହେବ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନାହାନ୍ତି

୫-ଟି ଗୋପବନ୍ଧୁ ସ୍ମାରକୀ ହାଇସ୍କୁଲ୍‌ରେ ଶିକ୍ଷାଦାନ ବ୍ୟବସ୍ଥା ଏମିତି

Sambad

ଗାରୋଇ: ସ୍କୁଲ୍‌କୁ ରଙ୍ଗମାରି ଚକାଚକ୍‌ କରାଯାଉଛି। ସ୍ମାର୍ଟ କ୍ଲାସ୍‌ ରୁମ୍‌ ତିଆରି କରି ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଉଛି। କିନ୍ତୁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହେଉନି। ପ୍ରାୟ ୧୮ବର୍ଷ ହେବ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବି ପୂରଣ କରାଯାଇ ପାରୁନାହିଁ। ୫-ଟି ସ୍କୁଲ୍‌ ରୂପାନ୍ତରୀକରଣ ଯୋଜନାରେ ସାମିଲ୍‌ ହୋଇଥିବା ନାଉଗାଁ ବ୍ଲକ୍‌ ତିରୁଣା ଗୋପବନ୍ଧୁ ସ୍ମାରକୀ ସରକାରୀ ହାଇସ୍କୁଲ୍‌ର ଏହା ହେଉଛି ବାସ୍ତବ ସ୍ଥିତି। ସ୍କୁଲ୍‌ ପରିସରକୁ ସଜାଯାଉ ଥିବାବେଳେ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି ହେଉ ନଥିବାରୁ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏହି ସ୍କୁଲ୍‌କୁ ରୂପାନ୍ତୀକରଣ କରାଯାଇ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ଗୋଟିଏ ଇ-ଲାଇବ୍ରେରି ଓ ବିଜ୍ଞାନଗାର ନିର୍ମାଣ କରାଯାଇଛି। କିନ୍ତୁ ଛାତ୍ରଛାତ୍ରୀମାନେ ହିନ୍ଦୀ ଓ ସଂସ୍କୃତ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି।

ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ରଙ୍କ ସୂଚନାନୁସାରେ ୧୮ବର୍ଷ ହେବ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ହୋଇପାରୁ ନାହିଁ। ଚଳିତ ବର୍ଷ ମାର୍ଚ୍ଚରେ ଅବସରଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବଂଶୀଧର ଦାସଙ୍କ କହିବାନୁସାରେ କେତେବେଳେ ସଂସ୍କୃତ ଟୋଲ୍‌ର ଅତିଥି ଶିକ୍ଷକଙ୍କୁ ଆଣି ଶିକ୍ଷାଦାନ କରାଯାଇଥାଏ ତ ଆଉକେବେ ନିକଟସ୍ଥ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ ନିମନ୍ତ୍ରଣ କରାଯାଏ। ଏହି ସ୍କୁଲ୍‌ର ନବମ ଶ୍ରେଣୀରେ ୫୭ ଜଣ ଓ ଦଶମ ଶ୍ରେଣୀରେ ୫୪ ଜଣ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି। ଶିକ୍ଷା ବିଭାଗର ତୃତୀୟ ଭାଷାରେ ଏହି ଦୁଇଟି ବିଷୟ ଅନ୍ତର୍ଭୁକ୍ତ ଥିବାବେଳେ ସର୍ବାଧିକ ଛାତ୍ରଛାତ୍ରୀ ସଂସ୍କୃତ ଭାଷାକୁ ଚୟନ କରିଥାନ୍ତି। ଏଭଳିସ୍ଥିତିରେ ସଂସ୍କୃତ ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀରେ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି। କେବଳ ସେତିକି ନୁହେଁ ୨୦୧୭ ମସିହାଠାରୁ ଏହି ସ୍କୁଲ୍‌ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ କିମ୍ବା ରାତ୍ରଜଗୁଆଳି ନାହାନ୍ତି। ଏଥିପାଇଁ ସ୍କୁଲ୍‌ ସଫେଇ କାର୍ଯ୍ୟଠାରୁ ଅନ୍ୟାନ୍ୟ କାର୍ଯ୍ୟରେ ନାନାଦି ସମସ୍ୟା ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe