ସମସ୍ୟା ଘେରରେ ବନ୍ଧୁପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୮ ଶ୍ରେଣୀ ପାଇଁ ୩ ଶିକ୍ଷକ, ଶିକ୍ଷାଦାନ ବାଧାପ୍ରାପ୍ତ

Advertisment

ଗୋଟିଏ ‌ଗୃହରେ ପଢ଼ୁଛନ୍ତି ଦୁଇ ଶ୍ରେଣୀର ପିଲା

ଗୋଟିଏ ‌ଗୃହରେ ପଢ଼ୁଛନ୍ତି ଦୁଇ ଶ୍ରେଣୀର ପିଲା

ସମସ୍ୟା ଘେରରେ ବନ୍ଧୁପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୮ ଶ୍ରେଣୀ ପାଇଁ ୩ ଶିକ୍ଷକ, ଶିକ୍ଷାଦାନ ବାଧାପ୍ରାପ୍ତ

Sambad

ନେମାଳ: ନିଶ୍ଚିନ୍ତକୋଇଲି ଶିକ୍ଷାଜିଲ୍ଲା ଅଧୀନ ବନ୍ଧୁପୁର ରଘୁନାଥଜିଉ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ନାନା ସମସ୍ୟା ମଧ୍ୟଦେଇ ଗତି କରୁଛି। ବି‌ଶେଷ କରି ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି।
୧୯୧୪ ମସିହାରେ ସ୍ଥାପନ କରାଯାଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୯ଜଣ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରେ ୭୧ଜଣ ଛାତ୍ର ଓ ୫୮ଜଣ ଛାତ୍ରୀ ଅଛନ୍ତି। ଏହି ବିଦ୍ୟାଳୟର ୮ଟି ଶ୍ରେଣୀ ପାଇଁ କେବଳ ୩ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଗୋଟିଏ ଶ୍ରେଣୀଗୃହରେ ଦୁଇ ଦୁଇଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଥିବା ଜଣାପଡ଼ିଛି। ଅନ୍ୟପଟେ, ବିଦ୍ୟାଳୟରେ ନିର୍ମିତ ଏମ୍‌ସିଏଲ୍‌ ଗୃହ ବହୁଦିନ ହେବ ବିପଦସଂକୁଳ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ‌ଦେଉ ନାହାନ୍ତି।

ଏଥିଯୋଗୁଁ କୋମଳମତି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ ପ୍ରତି ବିପଦ ଲାଗି ରହୁଛି। ଏହାଛଡ଼ା ବିଦ୍ୟାଳୟର ସମ୍ପୂର୍ଣ୍ଣ ପ୍ରାଚୀର ନିର୍ମାଣ ହୋଇ ନ ଥିବାରୁ ଗୋରୁଗାଈ ଅବାଧରେ ବିଦ୍ୟାଳୟ ପରିସରରେ ପ୍ରବେଶ କରୁଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ବାରମ୍ବାର ବ୍ଲକ୍‌ ପ୍ରଶାସନ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଥିନେଇ ଛାତ୍ର, ଅଭିଭାବକ ଓ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe