ଇତିହାସରେ ପ୍ରଥମ: ରବିବାରରେ ‌ସ୍କୁଲ ଓ କଲେଜ ଖୋଲା, ଉପସ୍ଥାନ ହାର କମିଲା

ଇତିହାସରେ ପ୍ରଥମ: ରବିବାରରେ ‌ସ୍କୁଲ ଓ କଲେଜ ଖୋଲା, ଉପସ୍ଥାନ ହାର କମିଲା

ଜୟପୁର: ରବିବାର ଦିନ ସ୍କୁଲ ଓକଲେଜ ଖୋଲିବା ଇତିହାସରେ ପ୍ରଥମ ଘଟଣା। ଆଜି ସରକାରଙ୍କ ନିର୍ଦେଶ ଅନୁଯାୟୀ ଜୟପୁର ସହର ଓବ୍ଲକ ଅଂଚଳର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ଖୋଲିଥିଲା। ବହୁ ଅଭିଭାବକ ସରକାର ନିର୍ଦେଶ ଜାଣି ନଥିବାରୁ ଏବଂ ପୂର୍ବରୁ ରବିବାର ଛୁଟି ପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନରେ ସଂଖ୍ୟା କମିଥିଲା। ସରକାରୀ ମହିଳା ମହାବିଦ୍ୟାଳୟରେ ୩୩୦ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୦ଜଣ ଆସିଥିଲେ। ସେହିଭଳି ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟର ବାଣିଜ୍ୟ, କଳା ଓ ବିଜ୍ଞାନ ବିଭାଗରେ ମଧ୍ୟ ଗତ କାଲି ତୁଳନାରେ କମ୍ ଛାତ୍ରଛାତ୍ରୀ ଆସିଥିବା ସୂଚନା ମିଳିଛି। ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ବସା ଯାଇ ପଡ଼ାଯାଉଥିବା ସୂଚନା ମିଳିଛି।

ତେବେ କିଛି ବିଦ୍ୟାଳୟ ଓ କଲେଜରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଆଦି ସଂକ୍ରମିତ ଲକ୍ଷଣ ଦେଖାଦେବା ପରେ ସାମାନ୍ୟ ଭୟ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ। ସେଭଳି ଲକ୍ଷଣ ଥିଲେ କଲେଜକୁ ଶ୍ରେଣୀ କରିବାକୁ ଆସିବାକୁ ଛାତ୍ର ଓ ଛାତ୍ରୀଙ୍କୁ ମନା କରିଥିବା କହିଛନ୍ତି ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ମନୋରମା ଦେବୀ ଓ ବିକ୍ରମ ଦେବ ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe