ମହିଳା ଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ସ୍କୁଲ ଫେର ଅଭିଯାନ

Advertisment
ମହିଳା ଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ସ୍କୁଲ ଫେର ଅଭିଯାନ
ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଲୋକ ସଂଗଠନ  ମହିଳା ଜୀବିକା ସୁରକ୍ଷା ମଞ୍ଚ ଘୁମୁସର ଉଦୟଗିରି ବ୍ଲକର ବ୍ଲକ ସଂଯୋଜିକା ସସ୍ମିତା ମଳିକ ଏବଂ ସାଥି ଗୌରୀ ପ୍ରଧାନଙ୍କ ନେତୃତ୍ୱ ରେ ଜିଲ୍ଲାର ସମସ୍ତ ବ୍ଲକରେ ଆଜି ସ୍କୁଲ ଫେର ଅଭିଯାନ କାର୍ଯ୍ୟକ୍ରମ କ୍ରମ ବିଭିନ୍ନ ଗ୍ରାମ ପଂଚାୟତ ଓ ବିଭିନ୍ନ ଗ୍ରାମରେ ଛାତ୍ର ଛାତ୍ରୀ ଅଭିବାବୁକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଦେଖିବା କୁ ମିଳିଛି।
ଏହି ଅଭିଯାନର ଉଦେଶ୍ୟ ଯେ ପିଲାମାନେ ଗତ ଏପ୍ରିଲ ୨୫ ତାରିଖ ଠାରୁ ଗ୍ରୀଷ୍ମ ଛୁଟି ନେଇ ଗାଁରେ ରହିଲେ,  ବିଦ୍ୟାଳୟ ଏବଂ ଦୈନନ୍ଦିନ ପାଠ ପଡ଼ା ଠାରୁ ଦୁରେଇ ରହିଯାଇଛନ୍ତି, ଯାହାକୁ ନେଇ ପିଲାମାନେ ବିଭିନ୍ନ ଖେଳ କୁଦ, ନାଚ ଗୀତରେ ସାଙ୍ଗ ସାଥି ମେଳରେ ମସଗୁଲ ହୋଇ ଗାଁର ମଜା ନେଉଥିବାର ଦୃଶ୍ୟ ଦେଖୁବାକୁ ମିଳିଥିଲା। ବର୍ତ୍ତମାନ ସ୍କୁଲ ଖୋଲିବା କଥା ଶୁଣିଲେ ପିଲାମାନେ କିପରି ବିଦ୍ୟାଳୟକୁ ଯିବାକୁ ଆଗ୍ରହ ହେବେ ଏବଂ ପୂର୍ବ ପରି ନିୟମିତ ବିଦ୍ୟାଳୟକୁ କିପରି ଯିବେ ସେ ନେଇ ଗାଁଗାଁ ବୁଲିବୁଲି ସମସ୍ତ ପିଲାମାନଙ୍କୁ ସଚେତନ ସୃଷ୍ଟି କରିବା ଶିକ୍ଷାର ଗୁଣାତ୍ମକ ବିଷୟରେ ବୁଝିବେ ଏବଂ ପାଠ ପଢ଼ି କିପରି ଆଗକୁ ବଢ଼ିବା ଆମ ଦେଶର ଓ ଜାତିର ଗୌରବ ରଖିବା ଏବଂ ଦୁନିଆରେ ଭଲ ମଣିଷ ହେବା ସେ ନେଇ ଆଜିର ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ସଂଗଠନର ଏପରି ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷାବିତ ଶିକ୍ଷକ ସମାଜ ଏବଂ ଅଞ୍ଚଳ ବାସୀ ବେଶ ପ୍ରଂଶସା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe