Advertisment

ସ୍କୁଲ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

Advertisment

ଅଧାବାଟରୁ ଚାଉଳ ଫେରିଲା ସ୍କୁଲକୁ

ଅଧାବାଟରୁ ଚାଉଳ ଫେରିଲା ସ୍କୁଲକୁ

ସ୍କୁଲ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ପଂଚାୟତ ବୁଡ଼େଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପିଲାଙ୍କ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀମାନେ ଘେରିବା ପରେ ଅଧା ରାସ୍ତାରୁ ଚାଉଳ ଫେରି ସ୍କୁଲ ପରିସରରେ ଥିବା ଜଣାପଡିଛି।

ସୂଚନା ଅନୁସାରେ ଆସନ୍ତାକାଲି (ଗୁରୁବାର) ଠାରୁ ସ୍କୁଲ ଛୁଟି ହେଉଥିବାରୁ ଆଜି ସ୍କୁଲର କେତକ ପିଲାଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ପରେ ଏକ ଟ୍ରଲିରେ ୧୦ ବସ୍ତା (୫ କ୍ୱିଣ୍ଟାଲ) ଚାଉଳ ନିକଟସ୍ଥ କଣ୍ଟ୍ରୋଲ ଡିଲର ବୁଦ୍ଧିରାମ ଦାସଙ୍କ ନିକଟକୁ ପଠାଉଥିଲେ। ଏହି ସମୟରେ କିଛି ଗ୍ରାମବାସୀ ଅଧା ରାସ୍ତାରେ ଚାଉଳ ବୋଝେଇ ଟ୍ରଲିକୁ ଅଟକ ରଖି ପଚରାଉଚୁରା କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଥିଲେ। ପରେ ଚାଉଳ ସ୍କୁଲକୁ ଫେରିଥିଲା।

ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରା ଯିବାରୁ ସ୍କୁଲ ଛୁଟି କାରଣରୁ ଚାଉଳକୁ ସୁରକ୍ଷିତ ରଖିବା ପାଇଁ ଡିଲର ପାଖକୁ ପଠାଉଥିବା ସଫେଇ ଦେଇଥିଲେ। ବିଇଓ ନାରାୟଣ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେମିତି କୌଣସି ନିର୍ଦେଶ ନଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ନିଜ ମନକୁ ଏମିତି ଅଣଧିକାର କାମ କରିଛନ୍ତି। ଏବାବଦରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe