ବିଦ୍ୟାଳୟରେ ପାଠ ପଢିବା ବଦଳରେ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତି ପାଇଁ କାଠ ବୋହୁଛନ୍ତି ଛାତ୍ରଛାତ୍ରୀ

Advertisment
ବିଦ୍ୟାଳୟରେ ପାଠ ପଢିବା ବଦଳରେ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତି ପାଇଁ କାଠ ବୋହୁଛନ୍ତି ଛାତ୍ରଛାତ୍ରୀ

ବିନିକା: ବିଦ୍ୟାଳୟରେ ପାଠ ପଢିବା ବଦଳରେ କୁନିକୁନି ଛାତ୍ରଛାତ୍ରୀମାନେ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତି ପାଇଁ କାଠ ବୋହୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କାଠ ବୋହିବା କାମରେ ନିୟୋଜିତ କରୁଛନ୍ତି ବୋଲି ଅଭିଯୋଗ ହେଉଛିା

ବିନିକା ବ୍ଲକ ଜୁଲୁଣ୍ଡା ପଞ୍ଚାୟତ କାଲସାଏପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏହି ଦୃଶ୍ୟ ଦେଖିବାକୁ ମିଲିଛି । ସ୍କୁଲ ସମୟରେ କୁନିକୁନି ଛାତ୍ରଛାତ୍ରୀମାନେ ଯେଉଁ ହାତରେ କଲମ ଧରି ପାଠ ପଢିବା କଥା, ସେମାନେ ସେଇ ହାତରେ ସ୍କୁଲରେ ରୋଷେଇ କରିବା ପାଇଁ ରାସ୍ତରୁ କାଠ ସଂଗ୍ରହ କରୁଥିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ଦେହେରୀ ଛାତ୍ରଛାତ୍ରୀମାନେ କାଠ ବୋହିବାର କଥା ବିଷୟରେ ମୁଁ ଜାଣିନାହିଁ। ସ୍କୁଲରେ ରୋଷାଇ କରୁଥିବା ଜୟନ୍ତୀ କାଲସେ ଛାତ୍ରଛାତୀମାନଙ୍କୁ କହି ଏହିକାମ କରାଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତି ସମୟରେ ମୁଁ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିଲି। ଅନ୍ୟପକ୍ଷରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶିଭୂଷଣ ସେଠୀ କହିଛନ୍ତି, ଘଟଣାର ତଦନ୍ତ ହେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe