ସ୍କୁଲ ଟପ୍ପର ଛାତ୍ରୀଙ୍କ ହାତରେ ‘ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ଉଦଘାଟିତ

ସ୍କୁଲ ଟପ୍ପର ଛାତ୍ରୀଙ୍କ ହାତରେ ‘ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ଉଦଘାଟିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ବାଳିକା ବିଦ୍ୟାଳୟର ‘ମୋ ସ୍କୁଲ ଅଭଯାନ ଦ୍ବାରା ନିର୍ମିତ ଫାଉଣ୍ଟେନ ପ୍ରକଳ୍ପ (ଜଳ ​ଫୁଆରା) ଛାତ୍ରୀ ବିଶ୍ବରୁପା ସାହୁଙ୍କ ଦ୍ବାରା ଶନିବାର ଉଦଘାଟିତ ହୋଇଛି। ବିଶ୍ବରୂପା ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ୯୨.୫୦%ନମ୍ବର ରଖି ସ୍କୁଲ ଟପର ହେବାସହ ସ୍କୁଲପାଇଁ ଗୌରବ ଆଣିଥିଲେ।

ତେଣୁ ତାଙ୍କୁ ସମ୍ମାନିତ କରିବାକୁ ଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିଆରା ଉଦ୍ୟମ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅନିତାରାଣୀ ହୋତା, ସହକାରୀ ଶିକ୍ଷୟିତ୍ରୀ ନମିତା ଡାଙ୍ଗ, ଏସ. ଏସ. ପ୍ରିୟଦର୍ଶିନୀ, ଅରୁନ୍ଧତୀ ମଲ୍ଲିକ, ଆନନ୍ଦଦାୟିନୀ ସିଂ, ରାଜେନ୍ଦ୍ର ସାହୁ, ଭୂମିସୂତା ଜଗଦଲା ଏବଂ ରବିନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe