ଜିଲ୍ଲାସ୍ତରୀୟ ବିଜ୍ଞାନ ତର୍କ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ବିଜ୍ଞାନ ତର୍କ ପ୍ରତିଯୋଗିତା

Sambad

ଖୋର୍ଦ୍ଧା: ମାଣ୍ଡିଆ ଏକ ଶ୍ରେଷ୍ଠ ଖାଦ୍ୟ କିମ୍ବା ସାମୟିକ ଖାଦ୍ୟ ଶୀର୍ଷକ ଜିଲ୍ଲାସ୍ତରୀୟ ବିଜ୍ଞାନ ତର୍କ ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ଟି ବ୍ଲକରୁ ବଛାବଛା ୧୦ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ, ଜଟଣୀ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ମହାନ୍ତି ପ୍ରଥମ, ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟର ଛାତ୍ର ଶାଶ୍ବତ ମହାପାତ୍ର ଦ୍ବିତୀୟ ଓ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠର ଛାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ତୃତୀୟ ସ୍ଥାନ ଅଧିକାରୀ କରିଥିଲେ।

ପ୍ରତିଯୋଗିତାରେ ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଅଧ୍ୟକ୍ଷତା କରିଥିଲେ। ବିଚାରକ ଭାବେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ସୁଧାଂଶୁବାଳା ରାଉତ ଓ ଗୀତାଞ୍ଜଳୀ ରାଉତ ଯୋଗ ଦେଇଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସରୋଜ କୁମାର ସିଂହ, ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ବିଭୂ ପ୍ରସାଦ ସେନାପତି କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe