ସ୍କ୍ରବ ଟାଇଫସ ଆତଙ୍କ: ସପ୍ତାହେ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ

Advertisment

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ ସୃଷ୍ଟି କରିଛି। ସପ୍ତାହେ ମଧ୍ୟରେ ଜିଲ୍ଲାରେ ୩ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ୩ ମୃତକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ ସୃଷ୍ଟି କରିଛି। ସପ୍ତାହେ ମଧ୍ୟରେ ଜିଲ୍ଲାରେ ୩ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ୩ ମୃତକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

scrub typhus

ବରଗଡ଼: ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ ସୃଷ୍ଟି କରିଛି। ସପ୍ତାହେ ମଧ୍ୟରେ ଜିଲ୍ଲାରେ ୩ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ୩ ମୃତକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଘରୋଇ ହସ୍ପିଟାଲରେ ଆଉ ୪ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅନ୍ୟପଟେ ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ୨୦ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ନିରୂପମା ଷଡଙ୍ଗୀ କହିଛନ୍ତି।

ଅଧିକ ପଢ଼ନ୍ତୁ:ମୋହନ ସରକାରଙ୍କ ବଡ଼ ଘୋଷଣା: ଶ୍ରମିକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି

ଏହାସହ ଘରୋଇ ହସ୍ପିଟାଲରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି। ଗତ ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ୪୨ ବର୍ଷୀୟା ଚାଷୀ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ମହିଳା ସଖି ପ୍ରଧାନ ଏବଂ ବୁଧବାର ପଦ୍ମପୁରର ଜଣେ ୧୬ ବର୍ଷୀୟା ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ:ମାଲକାନଗିରିର ୮୮୩୦ ହେକ୍ଟର ଜମିରେ ପାଣି,୨୮୧ ଘର ଭାଙ୍ଗିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe