ଜିଲ୍ଲା ପ୍ରଶାସନର କରୋନା କଟକଣା:ସୀମାକୁ ସିଲ କଲା, ପଡୋଶୀ ରାଜ୍ୟକୁ ଯାନବାହାନ ଚଳାଚଳ ବନ୍ଦ

Advertisment
ଜିଲ୍ଲା ପ୍ରଶାସନର କରୋନା କଟକଣା:ସୀମାକୁ ସିଲ କଲା, ପଡୋଶୀ ରାଜ୍ୟକୁ ଯାନବାହାନ ଚଳାଚଳ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାକୁ ଲାଗି ରହିଥିବା ସମସ୍ତ ରାଜ୍ୟର ସୀମାକୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ କରାଯାଇଛି।ପୁଲିସ ସମସ୍ତ ସୀମାରେ କଡା ଯାଞ୍ଚ କରୁଛି। ପଡୋଶୀ ରାଜ୍ୟରୁ ଆସୁଥିବା ଗାଡିଗୁଡିକକୁ ଯାଞ୍ଚ କରିବା ସହ ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ସଂପୂର୍ଣ୍ଣ ମନା କରୁଥିବା ଦେଖିବାକୁ ମିଳିଛି।ବିଶେଷକରି ମାଲକାନଗିରିକୁ ଲାଗି ରହିଥିବା ଛତିଶଗଡର ସୀମା ଯଥା ଚାଲାଣଗୁଡା,ପଦ୍ମଗିରି,ପଡିଆ,ଚିତ୍ରକୋଣ୍ଡା,ମୋଟୁ ସୀମାରେ ପୁଲିସର କଡା ଯାଞ୍ଚ ଚାଲିଛି। ପ୍ରଶାସନ ତରଫରୁ ଏହି ସୀମାକୁ ଆସୁଥିବା ସମସ୍ତ ଲୋକଙ୍କର କୋଭିଡ ଟେଷ୍ଟ ସହ ଭେକସିନ ଦୁଇଟି ନେଇଛନ୍ତି କି ନାହିଁ,୭୨ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ କରାଇଛନ୍ତି କି ଏଭଳି ବହୁ ନିୟମ ଦେଇ ଲୋକେ ଭିତରକୁ ପ୍ରବେଶ କରିବେ ବୋଲି କୁହାଯାଇଛି।

ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲାଣଗୁଡା ସୀମାରେ କଡା ପହରା ଦିଆଯାଉଛି।ମାଲକାନଗିରି ସହର ଭିତରକୁ ବାହାର ରାଜ୍ୟର ଲୋକଙ୍କୁ ପ୍ରବେଶ ଏକ ପ୍ରକାର ମନା କରାଯାଇଛି।ଯଦେ କେହି ବିଶେଥକରି ଛତିଶଗଡ,ତେଲେଙ୍ଗାନା,ମହାରାଷ୍ଟ୍ର ଇତ୍ୟାଦି ଅଂଚଳରୁ ଫେରୁଛନ୍ତି ତେବେ ସେମାନେ ସାତ ଦିନ ପାଇଁ ସଂଗରୋଧରେ ରହିବାକୁ କୁହାଯାଉଥିବା ଜଣାପଡିଛି।ସେମାନେ ଗୃହ ସଂଗରୋଧ ହେଉ ବା ପ୍ରଶାସନ ତରଫରୁ ତିଆରି କରାଯାଇଥିବା ଟିଏମସିରେ ହେଉ ସାତ ଦିନ ରହିବାକୁ ବାଧ୍ୟ ବୋଲି କୁହାଯାଇଛି।ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ନାହିଁ କହିଲେ ଚଳେ। ତେବେ ଆଜି ଏକ ଘରୋଇ କଲେଜରେ ଜଣେ ଛାତ୍ରର ପଜିଟିଭ ଚିହ୍ନଟ ପରେ ସହରରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି।

ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏକ ପ୍ରକାର ବାଧ୍ୟ କରାଯାଇଛି। ମାସ୍କ ନଥିଲେ ଜୋରିମାନା ଆଦାୟ କରାଯାଉଛି। ସେହିପରି ଦୋକାନ ବଜାରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତା ମୂଳକ।ଯାନିଯାତ୍ରା,ମେଳା,ବୈଠକ ଇତ୍ୟାଦିରେ ରୋକ ଲଗାଯିବା ସହ କମ୍ ସଂଖ୍ୟକ ଲୋକଙ୍କୁ ନେଇ ବୈଠକ କରାଯାଇପାରିବ ବୋଲି କୁହାଯାଇଛି।ତେବେ ବାହାର ରାଜ୍ୟର ଲୋକଙ୍କୁ ବୈଠକରେ ମନା କରାଯାଇଛି। ପ୍ରଶାସନ ତରଫରୁ ଆସନ୍ତା ୧୨ ତାରିଖ ଠାରୁ ସୀମା ପଟରୁ ଆସୁଥିବା ସମସ୍ତ ଯାନ ବାହାନକୁ ସଂପୂର୍ଣ୍ଣ ବନ୍ଦ କରିବା ସହ କଡାକଡି ନିୟମକୁ ପାଳନ କରିବା ନେଇ ସୂଚନା ଦେଇଛି।ତେବେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାରେ ଯେପରି ଲୋକେ ସଚେତନ ହୋଇ ପ୍ରଶାସନକୁ ସହଯୋଗ କରିଥିଲେ।ଏଥରି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ପ୍ରଶାସନକୁ ଲୋକେ ସହଯୋଗ କରିବେ ବୋଲି କୁହାଯାଇଛି।ଅନିର୍ଦ୍ଧିଷ୍ଟ କାଳ ପାଇଁ ରାତିରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି।ରାତି ଦଶଟା ହେଲେ ସହର ଏକ ପ୍ରକାର ଶୂନଶାନ ହୋଇଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe