ଦ୍ଵିତୀୟ ଦିନର ସର୍ଟଡାଉନ୍‌ରେ ଭଦ୍ରକ ସହର ଜନଶୂନ୍ୟ

ଦ୍ଵିତୀୟ ଦିନର ସର୍ଟଡାଉନ୍‌ରେ ଭଦ୍ରକ ସହର ଜନଶୂନ୍ୟ

ଭଦ୍ରକ: ଆଜି ଅଗଷ୍ଟ ମାସର ପ୍ରଥମ ସପ୍ତାହନ୍ତ ସର୍ଟଡାଉନ୍‌କୁ ଭଦ୍ରକ ଜିଲ୍ଲାରେ ଦୁଇ ଦିନ ହୋଇଛି। ଆଜି ମଧ୍ୟ କୌଣସି ଲୋକ ସହର ଭିତରକୁ ଆସି ନଥିଲେ। ସେଥିପାଇଁ ସହର ଥିଲା ଜନଶୂନ୍ୟ। ଆସନ୍ତାକାଲି ସକାଳ ୫ଟାରେ କର୍ଫ୍ୟୁ କୋହଳ ପରେ ଦୋକାନ ବଜାର ଖୋଲା ହେବ। ଏଥିପାଇଁ ଗୃହବନ୍ଦୀ ହୋଇ ଘରେ ରହିଥିବା ଲୋକମାନେ ଆସନ୍ତାକାଲି ସକାଳୁ ବଜାର ଆସିବାକୁ ଚାତକ ପରି ଚାହିଁ ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଓ ପନି ପରିବା ଫଳ, ମାଛ ମାଂଶ ପାଇଁ ଲୋକଙ୍କର ପୁଣି ଗହଳି ଆରମ୍ଭ ହୋଇଯିବ। ଏହାର ମୁକାବିଲା କରିବା ପାଇଁ ଆସନ୍ତାକାଲି ସକାଳୁ ମଧ୍ୟ ପୁଲିସକୁ ସହର ଭିତରେ ସଂପୂର୍ଣ୍ଣ ଭାବେ ସଜାଗ ରହିବାକୁ ଭଦ୍ରକ ଏସପି ରାଜେଶ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ମାସରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସମଗ୍ର ଜିଲ୍ଲାରେ ଦୁଇ ଦିନିଆ ସର୍ଟଡାଉନ୍‌ ଘୋଷଣା କରିଛନ୍ତି। ଏଇ ଘୋଷଣା ଅନୁଯାୟୀ ଶନିବାର ଓ ରବିବାର ଦୁଇ ଦିନ ଜିଲ୍ଲାର ସବୁ ଦୋକାନ ବଜାର ବନ୍ଦ ରହିବା ସହ ଲୋକଙ୍କ ଚଳ ପ୍ରଚଳ ଉପରେ ଅଙ୍କୁଶ ଲଗା ଯାଇଛି। ସେହିପରି ସପ୍ତାହରୁ ଅନ୍ୟ ୫ ଦିନ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳ ୫ଟାରୁ ଖୋଲା ହୋଇ ସଂଧ୍ୟା ୬ ଟାରେ ବନ୍ଦ ହେବ। ଏଇ ସମୟରେ ସାମାଜିକ ଦୂରତା ରଖା କରାଯାଇ ସାଧାରଣ ଲୋକଙ୍କର ଚଳ ପ୍ରଚଳ ଉପରେ ଅନୁମତି ଦିଆଯାଇଛି।

ଅଗଷ୍ଟ ମାସ ତମାମ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରଖାଯାଉଛି। ସଂଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ନିୟମ ଥିବା ସମୟରେ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି। କେବଳ ମେଡିକାଲ କେସ୍‌ରେ ଲୋକଙ୍କୁ ଛଡା ଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ବିବାହ ଉତ୍ସବ ଓ ମୃତ୍ୟୁ କାଳୀନ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯାଇ କାର୍ଯ୍ୟ କରାଯିବା ସହ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡିବ। ସାମାଜିକ ଦୂରତା ରକ୍ଷାା ନକରି ଦୋକାନ ଖୋଲିଲେ ସଂପୃକ୍ତ ଦୋକାନୀଙ୍କ ଉପରେ ୧୦ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯିବା ସହ ମାସ୍କ ନପିନ୍ଧି ଥିବା ଲୋକଙ୍କ ଉପରେ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ଆଜି ଏକ ଅଡିଓ ବାର୍ତ୍ତାରେ ଗଣମାଧ୍ୟମ ଜିରିଆରେ ଜିଲ୍ଲାବାସୀଙ୍କୁ ଏଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe