ସାମ୍ପ୍ରଦାୟିକ ହିଂସା ଆଶଙ୍କାରେ ଧାର୍ମିକ ସ୍ଥଳୀରେ ୧୪୪ ଧାରା ଜାରି

Advertisment
ସାମ୍ପ୍ରଦାୟିକ ହିଂସା ଆଶଙ୍କାରେ ଧାର୍ମିକ ସ୍ଥଳୀରେ ୧୪୪ ଧାରା ଜାରି

ଭଦ୍ରକ: ସଦର ବ୍ଲକ ଅନ୍ତର୍ଗତ ଗେଲଟୁଆ ମୌଜାରେ ଆଜି ଏକ ଧାର୍ମିକ ସ୍ଥଳୀରେ ଭଦ୍ରକ ଉପଜିଲ୍ଲାପାଳ ୧୪୪ ଧାରା ଜାରିକରିଛନ୍ତି। ପ୍ରକାଶ ଥାଉକି  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ବାଗମରା ରାସ୍ତାର ଆଦିବାସୀ କୋଲନି ନିକଟରେ ଥିବା ଏକ ଚର୍ଚ୍ଚରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଚର୍ଚ୍ଚକୁ ଆସୁଥିବା ଲୋକ ଏବଂ ଏହାର କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉପୁଜିଥିବା ଉତେଜନା ମୁଳକ ପରିସ୍ଥିତି ଏବଂ ଏଥିନେଇ  ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ନିଷେଧାଦେଶ ଜାରି କରାଯାଇଛି ।

ଏଥିନେଇ ରାଆନ୍ଦିଆ ଆରଆଇଙ୍କ  ତଦନ୍ତ ଚିଠି, ଭଦ୍ରକ ତହସିଲଦାରଙ୍କ ତଦନ୍ତ ଚିଠି ଆଧାରରେ ଜିଲ୍ଲା ପ୍ରଶାସନ ଗେଲଟୁଆ ମୌଜାରେ ଥିବା ଚର୍ଚ୍ଚରେ ଏହି ନିଷେଧାଦେଶ ଜାରି କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ପ୍ରଶାସନର ଏହି ନିର୍ଦେଶନାମାକୁ କଡାକଡି ଭାବେ କାଯ୍ୟକାରୀ କରିବାକୁ ନିର୍ଦେଶ ଜାରି କରାଯାଇଛି । ଏଥିସହ ଚର୍ଚ୍ଚ ପରିଚାଳକ ଅଥବା ତାଙ୍କ ଦ୍ବାରା କ୍ଷମତାପ୍ରାପ୍ତ ଓକିଲଙ୍କ ଜରିୟାରେ କୋର୍ଟରେ ହାଜର ହୋଇ ଜବାବ ରଖିବାକୁ ନିର୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ ଘଂଚ ଜନବସତି ଅଞ୍ଚଳରେ ଏହି ଚର୍ଚ୍ଚ ନିର୍ମାଣକୁ ନେଇ ଆଞ୍ଚଳିକ  ସ୍ତରରେ ତୀବ୍ର ବିରୋଧ ହୋଇ ଆସୁଥିଲେ ମଧ୍ୟ  ଜିଲ୍ଲା ପୁଲିସ ପ୍ରଶାସନ ଏଥିନେଇ ଅନୁରୂପ ଧ୍ୟାନ ନଦେବା ଯୋଗୁ ଏଠାରେ ଚର୍ଚ୍ଚ ନିର୍ମାଣ ସହିତ ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହାକି ଏବେ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିର କାରଣ ହୋଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe