୧୦ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ସେକ୍‌ସନ ଅଫିସର୍‌

Advertisment
୧୦ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ସେକ୍‌ସନ ଅଫିସର୍‌

ସମ୍ବଲପୁର: ବକେୟା ଦରମା ପ୍ରଦାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍‌ସନ ଅଫିସର୍‌ ମନୋରଂଜନ ପ୍ରଧାନ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର ଦରମା ବାବଦ କିଛି ବକେୟା ଟଙ୍କା ପାଇବାର ଥିଲା। ଏହି ବିଲ୍ ପାସ୍ କରିବା ପାଇଁ ଶ୍ରୀ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ କର୍ମଚାରୀ ଜଣକ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ।

ଭିଜିଲାନ୍‌ସ ଏହି ଲାଞ୍ଚୁଆ ବାବୁଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା। ଯୋଜନା ମୁତାବକ ଗୁରୁବାର ଉକ୍ତ କର୍ମଚାରୀଙ୍କଠାରୁ ରସାୟନିକ ପ୍ରଲେପ ବୋଳା ୧୦ ହଜାର ଟଙ୍କାର ନୋଟ୍‌ ନେବା ପରେ ଭିଜିଲାନ୍‌ସ ଟିମ ଶ୍ରୀ ପ୍ରଧାନଙ୍କୁ କାବୁ କରି ତାଙ୍କଠାରୁ ସମସ୍ତ ଟଙ୍କା ଉଦ୍ଧାର କରିଥିଲା। ତାଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍‌ସ ଥାନାରେ ଦୁର୍ନୀତି ନିବାରଣ ଆଇନ୍‌ ୨୦୧୮ ଧାରା ୭ (ସଂଶୋଧିତ)ରେ କେସ୍‌ ନମ୍ବର ୩୪, ତା. ୧୧.୧୧.୨୦୨୧ ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି। ଶ୍ରୀ ପ୍ରଧାନଙ୍କ ୩ଟି ସମ୍ପତ୍ତି ଉପରେ ସମାନ୍ତରାଳ ଚଢ଼ଉ କରି ତଲାସି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe