ଫୁଲବାଣୀ: ପୁଣି ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ ସେମାନଙ୍କ ଦବଦବା ବୃଦ୍ଧିି ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। କନ୍ଧମାଳର ଖଜୁରି ପଡ଼ା ଥାନା ଅଞ୍ଚଳରେ ମାଓବାଦୀମାନଙ୍କ ଏକ କ୍ୟାମ୍ପ ଉପରେ ଚଢ଼ାଉ କରି ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ଘଟଣାରୁ ଏହା ସ୍ପଷ୍ଟ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁରକ୍ଷା କର୍ମୀମାନେ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା କୁକୁଡ଼ାଜହରି ଜଙ୍ଗଲରେ କମ୍ବିଂ ଅପରେସନ୍ ଚଳାଇଥିବା ବେଳେ ମାଓବାଦୀମାନଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ସାମେ୍ନା କରି ନ ପାରି ସେଠାରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଯାଇଥିଲେ। ପରେ ସେଠାରେ ଚଢ଼ାଉ କରି ସୁରକ୍ଷା କର୍ମଚାରୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି।
ଫୁଲବାଣୀ: ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
Advertisment
Follow Us