କୁସୁମାରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ପର୍ଯ୍ୟଟକ ଲହୁଲୁହାଣ

କୁସୁମାରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ପର୍ଯ୍ୟଟକ ଲହୁଲୁହାଣ

ଯାଜପୁରସଦର: ଯାଜପୁର ସହର କୁସୁମାରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ଦୁଇ ପର୍ଯ୍ୟଟକ ଲହୁଲୁହାଣ ହୋଇଛନ୍ତି। ଆହତ ଯୁବକଦ୍ବୟ ହେଲେ ବରୀ କଳାଖଣ୍ଡ ଅଞ୍ଚଳର ଦେବବ୍ରତ ସାହୁ ଓ ହାପି ସାହୁ। ଆଜି ଅପରାହ୍‌ଣରେ ଦୁହେଁ କୁସୁମା ବୁଲିବାକୁ ଆସିଥିଲେ। କୌଣସି କାରଣୁ କୁସୁମା ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏହାକୁ ନେଇ ଗଣ୍ଡଗୋଳ ବଢ଼ିଥିଲା।

ସୁରକ୍ଷାକର୍ମୀଙ୍କ ପଥର ମାଡ଼ରେ ଦେବବ୍ରତଙ୍କ ମୁଣ୍ଡ ଫାଟିଯାଇଛି। ଅନ୍ୟପଟେ ସୁରକ୍ଷାକର୍ମୀଙ୍କୁ ସଂପୃକ୍ତ ଦୁଇ ଯୁବକ ମଦ ପିଇ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଯାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe