ଛଅ ଫୁଟ ଅଜଗର ସାପ ଜବତ; ଜଣେ ଗିରଫ

Advertisment
ଛଅ ଫୁଟ ଅଜଗର ସାପ ଜବତ; ଜଣେ ଗିରଫ

ଢ଼େଙ୍କାନାଳ: ଢ଼େଙ୍କାନାଳ ଟାଉନ ଥାନା ଅଳସୁଆ ହାଟ ଠାରେ ସାପ ଖେଳାଇ ପଇସା ମାଗୁ ଥିବା ବେଳେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ସାପ ଖେଳ ଦେଖାଉଥିବା ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ ସାପୁଆ କେଳା ନାମ ରଞ୍ଜନ ପ୍ରଧାନ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଗତ କାଲି ସହରର ଅଳସୁଆ ହାଟ ଠାରେ ଏକ କେଳା ଛଅ ଫୁଟ ଲମ୍ବା ଏକ ଅଜଗର ସାପ ଧରି ରାସ୍ତାରେ ବସି ଖେଳ ଦେଖାଉଥିଲେ। ଆଉ ଲୋକମାନଙ୍କ ଠାରୁ ପଇସା ଆଦାୟ କରୁଥିଲେ। ସାପୁଆ କେଳା ରଞ୍ଜନ ପ୍ରଧାନ ରାସ୍ତାରେ ବସି ସାପ ଖେଳ ଦେଖାଉଥିବା ବନଖଣ୍ଡ ଅଧିକାରୀ ଖବର ପାଇଥିଲେ।

ଅଧିକାରୀଙ୍କ ନିର୍ଦେଶ କ୍ରମେ ସଦର ଡେପୁଟି ରେଞ୍ଜର ହରମୋହନ ନାୟକ ଓ ଷ୍ଟାଫ ଘଟଣାସ୍ଥଳରେ ପହଁଞ୍ଚି ରଞ୍ଜନ ପ୍ରଧାନ (୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ସାପୁଆ କେଳା ଠାରୁ ଜବତ ହୋଇଥିବା ୬ଫୁଟର ଉକ୍ତ ଅଜଗରକୁ ରଞ୍ଜନ କାମାକ୍ଷାନଗରରୁ ଧରି ଥିବା କହିଥିଲେ। ରଞ୍ଜନ ଯାଜପୁର ଜିଲ୍ଲା ଦଶମାଣିଆ ଗ୍ରାମରେ ବସବାସ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe