ଖୋର୍ଦ୍ଧାରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ଉ, ୨୧ଟି ଦୋକାନରୁ ନମୁନା ସଂଗ୍ରହ

Advertisment

୯ହଜାର ଟଙ୍କା ଜୋରିମାନା

୯ହଜାର ଟଙ୍କା ଜୋରିମାନା

ଖୋର୍ଦ୍ଧାରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ଉ, ୨୧ଟି ଦୋକାନରୁ ନମୁନା ସଂଗ୍ରହ

Sambad

ଖୋର୍ଦ୍ଧା: ପ୍ରାୟ ୬ରୁ୭ ମାସର ବ୍ୟବଧାନରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧାର ବିଭିନ୍ନ ହୋଟେଲ୍, କିରାଣା ଦୋକାନ, ମିଠା ଦୋକାନ ଉପରେ ଚଢ଼ଉ କରାଯାଇଛି। ଚଢ଼ଉରେ ୨୧ଟି ଖାଦ୍ୟ ଦୋକାନରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଆଜି ପୂର୍ବାହ୍ନରେ ଖାଦ୍ୟ ସୁରକ୍ଷା ଅଧିକାରୀ ନିବେଦିତା ଭଟ୍ଟ, ରାଜ୍ୟ ଖାଦ୍ୟ ପରୀକ୍ଷଣ ଗବେଷଣାଗାରର କେମିଷ୍ଟ କିରଣ ଲାକ୍ରା ଓ ଅନ୍ୟ କର୍ମଚାରୀଙ୍କ ଏକ ଟିମ ଖୋର୍ଦ୍ଧା ସହରର ନୟାଗଡ଼ ରାସ୍ତା ଓ କଣ୍ଟାଛକ ପର୍ଯ୍ୟନ୍ତ ଥିବା ବିଭିନ୍ନ ହୋଟେଲ୍, ମିଠା ଦୋକାନ, କିରାଣା ଦୋକାନ, ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ସେଠାରେ ଥିବା ଖାଦ୍ୟ ସାମଗ୍ରୀର ନମୁନା ଯାଞ୍ଚ କରିଥିଲେ।

publive-image Sambad

ଏହି ଯାଞ୍ଚ ସମ୍ପର୍କରେ ଅଧିକାରୀ ଶ୍ରୀମତି ଭଟ୍ଟ କହିଛନ୍ତି ଯେ ଆଜି ଦିନରେ ପ୍ରାୟ ୩୦ଟି ଦୋକାନରେ ଯାଞ୍ଚ କରାଯାଇଥିଲା। ଅଧିକାଂଶ ଦୋକାନ ଏଫ୍ଏସ୍ଏସ୍ଏଆଇ ପ୍ରମାଣପତ୍ର ପାଇ ନାହାନ୍ତି। ସେମାନଙ୍କୁ ଏଥିପାଇଁ ତାଗିଦ୍ କରିବା ସହ ଏହାର ପଞ୍ଜୀକରଣ କରିବାକୁ ନିର୍ଦେଶ ଦିଆଯାଇଥିଲା। ସେହିଭଳି ୬ଟି ଦୋକାନରୁ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବାରୁ ୯ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ୧୦ କିଲୋଗ୍ରାମ ନିମ୍ନମାନର ଖାଦ୍ୟ ନଷ୍ଟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe