କାଠଗାଡ଼ି ଜବତ, ଡ୍ରାଇଭର ଅଟକ

କାଠଗାଡ଼ି ଜବତ, ଡ୍ରାଇଭର ଅଟକ

ଯାଜପୁରସଦର: ଯାଜପୁର ସଦର ଥାନା ସାହସପୁର ଅଞ୍ଚଳରୁ ବେଆଇନ କାଠ ଚାଲାଣ ହେଉଥିବା ଏକ ପିକଅପ୍ ଭ୍ୟାନ୍‌କୁ ପୁଲିସ ଜବତ କରିଛି। ଗତକାଲି ରାତିରେ ଯାଜପୁର ସଦର ଥାନା ଏଏସଆଇ  ମନୋରଂଜନ ନାୟକ ରାତ୍ରି ପେଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନ (ଓଆର-୦୪-୪୭୯୧)ରେ କିଛି କାଠ ଗଣ୍ଡି ଯାଉଥିବା ଦେଖିବାକୁ ପାଇଥିଲେ।

ଅଟକାଇ ପଚରାଉଚରା କରିବାରୁ ଗାଡ଼ି ମାଲିକଙ୍କଠାରୁ କାଠ ସଂପର୍କରେ ସନ୍ତୋଷଜନକ ଉତ୍ତର ପାଇନଥିଲେ। ପରେ ସେ ଗାଡ଼ିକୁ ଥାନାକୁ ନେଇଥିଲେ। ଗାଡି ଡ୍ରାଇଭର କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ବିନୋଦ ପ୍ରଧାନ(୩୨)କୁ ଅଟକ ରଖାଯାଇଛି। ଥାନାଧିକାରୀ ମାନସ ରଂଜନ ଚକ୍ର ଅବଗତ ହେବା ପରେ ଏନେଇ ଯାଜପୁରରୋଡ୍‌ ବନ ବିଭାଗକୁ ଅବଗତ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe