ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ

Sambad

ଖୋର୍ଦ୍ଧା: କାଇପଦର ସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆଜି ଉଦ୍ୟାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ୍ ସୋନାଲି ରଥ ଯୋଗ ଦେଇଥିଲେ। ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷାର କୌଶଳ ଶିକ୍ଷାର ଉପଯୋଗିତା ଓ ନିଜର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ରାୟସିଂହ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଂଚ ବିଜୟ କୁମାର ଅରିଶଲ ଯୋଗ ଦେଇଥିଲେ।

ଉପାଧ୍ୟକ୍ଷ ତରୁଣକାନ୍ତି ରାୟ, ଅଧ୍ୟାପକ ପ୍ରତାପ କିଶୋର ଛୋଟରାୟ, ଅଧ୍ୟାପିକା ସୁଜ୍ଞାନୀ ଭଂଜସାମନ୍ତ, ଦିଗମ୍ବର ବଳିଆରସିଂହ ଯୋଗ ଦେଇ ଛାତ୍ରୀମାନେ ଶାରୀରିକ ଓ ମାନସିକ ଭାବେ ଦୃଢ଼ ହେବା ପାଇଁ ପରାମର୍ଶ ଦେଇଥିଲେ। ତାଲିମ ଶିବିରକୁ ଅଧ୍ୟାପିକା ଡଃ. ସଂଯୁକ୍ତା ପଟ୍ଟନାୟକ ଓ ସଚଳା ସାମନ୍ତରାୟ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe