ଜିଏସଟି ଫାଙ୍କୁଛନ୍ତି କାଜୁ ବ୍ୟବସାୟୀ; ଦ୍ରୁତଗାମୀ ସରକାରୀ ଓ ଘରୋଇ ବସରେ ପଡ଼ୋଶୀ ରାଜ୍ୟକୁ ଚାଲାଣ

Advertisment
ଜିଏସଟି ଫାଙ୍କୁଛନ୍ତି କାଜୁ ବ୍ୟବସାୟୀ; ଦ୍ରୁତଗାମୀ ସରକାରୀ ଓ ଘରୋଇ ବସରେ ପଡ଼ୋଶୀ ରାଜ୍ୟକୁ ଚାଲାଣ

Image Courtesy of Hindustan Times

ଜୟପୁର: ଜିଲ୍ଲାର ଜୟପୁର ଉପଖଣ୍ଡରେ ରହିଛି ଶତାଧିକ କାଜୁ ମିଲ୍। ଜିଲାରେ ଉତ୍ପାଦିତ କାଜୁ ମଂଜି ସହ ନାଇଜେରିଆ, ଆଫ୍ରିକା, ଅଷ୍ଟ୍ରେଲିଆରୁ କାଜୁ ମଂଜି ଆଣି କାଜୁ ବାହାର କରାଯାଉଛି। ଏହାର ଚାହିଦା ସ୍ଥାନୀୟ ବଜାରରେ ଯେତିକି ନାହିଁ ତା ଠାରୁ ଡେର୍ ଅଧିକା ପଡୋଶୀ ରାଜ୍ୟ ବଜାରରେ ରହୁଛି। ତେବେ ବିଭିନ୍ନ କାଜୁ ମିଲ୍ ଗୁଡିକ ସେମାନଙ୍କ ମିଲରୁ ବାହାରୁଥିବା କାଜୁ ମଂଜି (ଗୋଟା, ଭଙ୍ଗା, ଗୁଣ୍ଡ) ଆଦିକୁ ଏକା ସହ ବାହାରକୁ ପଠାଇଲେ ନିୟମ ଅନୁଯାୟୀ ଜିଏସଟି କର ଦେବାକୁ ପଡିବ। ଗୋଟିଏ ପଟେ ଜିଏସଟି ଓଅନ୍ୟ ପଟେ ଆୟ ବଢ଼ିବା ପରେ ଆୟକରରେ ବି କର ଜମା କରିବାକୁ ପଡିବ। ତେଣୁ ଏହାକୁ ପାଙ୍କିବା ପାଇଁ ସବୁ ଦିନ ଯାଉଥିବା ବିଭିନ୍ନ ଦ୍ରୁତଗାମୀ ବସ ଗୁଡିକରେ କାଜୁ ଚାଳାଣ ପ୍ରକ୍ରିୟା ଜୋର ଧରିଛି। କୋଭିଡ୍ ପାଇଁ କିଛି ଦିନ ବନ୍ଦ ରହିଥିବା ବେଳେ ଏବେ ପ୍ରତ୍ୟେକ ଦିନ ଭୁବନେଶ୍ବର, ବିଜୟୱାଡା, ରାଜ‌ମହେନ୍ଦ୍ରୀ, ରାୟପୁର, ଦୁର୍ଗ ଆଦି ଓଏସ୍ଆ‌ରଟିସି ବସ ସହ ଘରୋଇ ବସରେ ଏଭଳି ଚାଳାଣ ହେଉଥିବା ଦେଖିବାକୁ ମିଳିଛି।

ଖାସ୍ କରି ଜୟପୁରରୁ ବୋରିଗୁମ୍ମା ମଧ୍ୟରେ ବସରେ କାଜୁ ଡ଼ବା ଗୁଡିକୁ ପକାଯାଉଛି। ସେଭଳି କିଛି ବସ ଆସି ରହୁଥିବା ସ୍ଥାନରେ ବି ଦିନରେ ଏହି କାଜୁ ବସ୍ତା, ଡବା ଆଦି ଲଦାଯାଉଥିବା ଦେଖିବାକୁ ମିଳିଛି। ଏସବୁ ଚାଳାଣର କିଛି କାଗଜପତ୍ର କାହା ନିକଟରେ ବି ରହୁନି। ଜାଲ୍ କାଗଜପତ୍ରରେ ଏସବୁ ଚାଲାଣ ହେଉଛି ବୋଲି ଜଣେ ବସର କର୍ମଚାରୀ ଓ କାଜୁ ମିଲ୍ ମାଲିକ କହିଛନ୍ତି। ଏହି ସ୍ଥିତିରେ ସରକାର କେତେ ରାଜସ୍ବ ହରାଉଛନ୍ତି ତାହା ସହଜେ ଅନୁମେୟ। ବାଣିଜ୍ୟକରର ଜିଏସଟି ବିଭାଗ ଏଦିଗରେ ଦୃଷ୍ଟି ଦେଇ ଚଢ଼ାଉ ଜୋର କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe