ନିର୍ବାଚନ ପଦ୍ଧତିରେ ସଂସ୍କାର ସମ୍ପର୍କିତ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

Advertisment

ବାହୁବଳ ଓ ଅର୍ଥବଳ ଗଣତନ୍ତ୍ରର କଣ୍ଠରୋଧ କରିରଖିଛି

ବାହୁବଳ ଓ ଅର୍ଥବଳ ଗଣତନ୍ତ୍ରର କଣ୍ଠରୋଧ କରିରଖିଛି

ନିର୍ବାଚନ ପଦ୍ଧତିରେ ସଂସ୍କାର ସମ୍ପର୍କିତ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

Sambad

ଖୋର୍ଦ୍ଧା: ଦେଶରେ ବର୍ତମାନ ଗଣତନ୍ତ୍ରକୁ ବାହୁବଳ ଓ ଅର୍ଥବଳ କଣ୍ଠରୋଧ କରି ରଖିଛି। ଦେଶର ମୋଟ ସାଂସଦଙ୍କ ମଧ୍ୟରୁ ୨୭ ପ୍ରତିଶତଙ୍କ ବିରୋଧରେ ଅନେକ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏପରିସ୍ଥିତିରେ ଗଣତନ୍ତ୍ର ଓ ନିର୍ବାଚନ ବିଧିବ୍ୟବସ୍ଥାର ସଂଶୋଧନ କରାନଗଲେ ଆଗାମୀ ଦିନରେ ଦେଶର ଗଣତନ୍ତ୍ରର ସ୍ତମ୍ଭ ନଷ୍ଟ ହୋଇଯିବ ବୋଲି ଆଜି ଖୋର୍ଦ୍ଧା ଠାରେ ଅନୁଷ୍ଠିତ ନିଡ୍ସ ଅଫ୍ ଦି ଟାଇମ ପକ୍ଷରୁ ଅନୁଷ୍ଠିତ ନିର୍ବାଚମ ପଦ୍ଧତିରେ ସଂସ୍କାର ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ଡଃ. ଦାମୋଦର ରାଉତ ଓ ପୂର୍ବତନ ନିର୍ବାଚନ କମିଶନରଙ୍କ ଉପଦେଷ୍ଟା ଡଃ. ଭଗବାନ ପ୍ରକାଶ ମତ ବ୍ୟକ୍ତ କରିଛନ୍ତି।  ଆଜି ପ୍ରାୟ ସାଢ଼େ ୧୦ଟା ବେଳେ ଗଜପତି ଶ୍ରୀରାମଚନ୍ଦ୍ର ଦେବଙ୍କ ପ୍ରତିମୂର୍ତି ଠାରୁ ଏକ ଶୋଭାଯାତ୍ରାରେ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନର କର୍ମକର୍ତାମାନେ ବାହାରି ସଂସ୍କୃତି ଭବନଠାରେ ପହଂଚିଥିଲେ। ସେଠାରେ ପୂର୍ବତନ ବିଧାୟକ ତଥା ଆୟୋଜକ ସଂସ୍ଥାର ସଭାପତି ଡଃ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ଏଥିରେ ବକ୍ତାଭାବେ ଶ୍ରୀ ରାଉତ ଓ ଡଃ. ପ୍ରକାଶ ଯୋଗ ଦେଇଥିଲେ।

ଉଭୟ ନିଜ ବକ୍ତବ୍ୟରେ ଦେଶର ଗଣତନ୍ତ୍ରର ବିକାଶ, ସମ୍ବିଧାନ ପ୍ରତିଷ୍ଠାର ପ୍ରଚ୍ଛଦପଟ୍ଟ ସମ୍ପର୍କରେ ଆଲୋଚନା କରି ନିର୍ବାଚନକୁ ହିଂସାମୁକ୍ତ, ଅର୍ଥମୁକ୍ତ, ନିଶାମୁକ୍ତ ଓ ଅପରାଧମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ। ସଭାପତି ଶ୍ରୀଚନ୍ଦନ କହିଥିଲେ ଆଜିଠାରୁ ଦେଶର ନିର୍ବାଚନ ବ୍ୟବସ୍ଥାକୁ କଳୁଷମୁକ୍ତ କରିବା ଅଭିଯାନ ଆରମ୍ଭ ହେଲା ବୋଲି କହିଥିଲେ। ଆୟୋଜକ ସଂସ୍ଥାର ମୁଖ୍ୟ ସଂଯୋଜକ ବାଲାଜୀ ପାତ୍ର ଅତିଥି ପରିଚୟ ଓ ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ। ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ନିର୍ବାଚନର ସୁଯୋଗ ନଦେବା, ପ୍ରାର୍ଥୀମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରିବା, ଶିକ୍ଷକ, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରର ବ୍ୟକ୍ତିଙ୍କୁ ନିର୍ବାଚନରେ ସୁଯୋଗ ଦେବା ଆଦି ନେଇ ଏକ ଚିଠାପ୍ରସ୍ତାବ ଉପସ୍ଥାପିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ ସାମନ୍ତସିଂହାର, ଉପସଭାପତି ପ୍ରଭାତ ବେହେରା, ସମାଜସେବୀ ଇତିଶ୍ରୀ ସାହୁ, ସୁବାସ ପାତ୍ର, ମୋହନ ନାୟକ, ଜିତୁ ସାମନ୍ତରାୟ, ଗିରିଜା ଦାସ, ପ୍ରଫୁଲ୍ଲ ସାମନ୍ତରାୟ, ଗୋପାଳ ଦାସ ପ୍ରମୁଙ୍କ ସହ ଜିଲ୍ଳାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ନେତ୍ରୀ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe