ଶିଶୁ ଯୌନ ନିରୋଧ କର୍ମଶାଳାରେ ଉଦବେଗ, ସଂପର୍କୀୟଙ୍କ ନିର୍ଯ୍ୟାତନା ହାର ଅଧିକ

Advertisment
ସହିହେଉନି ଲୋକଲଜ୍ଜା! ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପୀଡ଼ିତା ଆଶାକର୍ମୀ

Newsd.in

ବାଲିଅନ୍ତା : ପିପୁଲସ କଲଚରାଲ ସେଣ୍ଟର(ପିକକ) ଆନୁକୂଲ୍ୟରେ ଆଜି ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଶିଶୁ ଯୌନ ନିରୋଧ ଓ ଏହାକୁ ରୋକିବା ଲାଗି ଥିବା  ଆଇନଗତ ଦିଗ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କର୍ମଶାଳାରେ ବିକକର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ତହସିଲଦାର ସରୋଜ କୁମାର ପଣ୍ଡା,ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ ।

ଆଲୋଚନାଚକ୍ରରେ ଶିଶୁ ଓ ମହିଳାଙ୍କ ସୁରକ୍ଷା, ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ଦିଗରେ ଜନ ସତେନତାକୁ ବ୍ୟାପକ କରିବା ଉପରେ ବକ୍ତାମାନେ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ଶିଶୁ ଓ ମହିଳାଙ୍କ ସୁରକ୍ଷା , ଇଟାଭାଟି ,ଦୋକାନ ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ କାମ କରୁଥିବା ଶିଶୁ ଶ୍ରମିକମାନଙ୍କ ସୁରକ୍ଷା ତଥା ସଚେତନତା ନେଇ ସମସ୍ତଙ୍କର ଦାୟିତ୍ବ  ବୋଲି ମତ ପ୍ରକାଶ ପାଇଥିଲା । ସାଂପ୍ରତିକ ପରିସ୍ଥିତିରେ ଚିହ୍ନା ଜଣା ତଥା ନିକଟ ସଂପର୍କୀୟମାନଙ୍କ ଦ୍ବାରା ଶିଶୁ ଅପେକ୍ଷାକୃତ ଭାବେ ଯୌନ ଶୋଷରର ଶିକାର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ଲୋକ ଲଜ୍ଜା ଭୟରେ ଅନେକ ଘଟଣା ପଦାକୁ ଆସିପାରୁ ନାହିଁ । ସଚେତନ ଥିବା ଅଭିଭାବକ ଅଭିଯୋଗ କରୁଛନ୍ତି। ତେଣୁ ଏହି ଘୃଣ୍ୟ କାର୍ଯ୍ୟକୁ ରୋକିବା ଲାଗି ସାର୍ବଜନୀନ ସଚେତନତା ଆବଶ୍ୟକ। ଏନେଇ ପୋକସୋ ଆକ୍ଟ ଓ ଜେଜେ ଆକ୍ଟ ଭଳି ଆଇନଗତ ବ୍ୟବସ୍ଥା ରହିଥିବା କୁହାଯାଇଥିଲା । ଏଥିସହିତ ସ୍ଥାନୀୟ ଥାନା, ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ,ସ୍ବେଚ୍ଛାସେବୀ ସଂଗଠନ, ଓ ଚାଇଲ୍ଡ ଲାଇନ ଆଦି ଫୋରମରେ ଅଭିଯୋଗ କରାଯାଇ ପାରିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଗତ ବର୍ଷକ ଭିତରେ ବିକକ ସହାୟତରାରେ ୧୪ଟି ବାଲ୍ୟ ବିବାହ ବନ୍ଦ କରିବା ନେଇ ଉଭୟ ପରିବାର ଲୋକଙ୍କୁ ସଚେତନ କରାଯାଇଛି ।  ଭୁବନପୁରରେ ଇଟାଭାଟିରେ ରହୁଥିବା ୮୬ ଜଣ ଶିଶୁ ଶ୍ରମିକଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବା ନେଇ ତଥ୍ୟ ପ୍ରଦାନ କରାଯାଇଥିଲା। ବ୍ଲକ ସଂଯୋଜିକା ଉପମା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe