ବରିଷ୍ଠ ଯାତ୍ରା କଳାକାର ନିତ୍ୟାନନ୍ଦ ପାଢ଼ୀଙ୍କ ପରଲୋକ

Advertisment
ବରିଷ୍ଠ ଯାତ୍ରା କଳାକାର ନିତ୍ୟାନନ୍ଦ ପାଢ଼ୀଙ୍କ ପରଲୋକ

ଅସୁରାଳି: ଓଡ଼ିଆ ଯାତ୍ରାର ଜେଜେ ବରିଷ୍ଠ କଳାକାର ନିତ୍ୟାନନ୍ଦ ପାଢ଼ୀ(୮୨)ଙ୍କର ପରଲୋକ ଘଟିଛି। ହୃଦଘାତ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ନିତ୍ୟାନନ୍ଦ ପାଢୀଙ୍କ ପରଲୋକରେ ସମଗ୍ର ରାଜ୍ୟର କଳାକାର ମହଲ ସମେତ ଅଗଣିତ କଳା ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି। ଭଦ୍ରକ ଏବଂ ଧାମନଗର ବ୍ଲକର ସୀମାବର୍ତ୍ତୀ ଆନନ୍ଦ ବଜାର ନିକଟସ୍ଥ ପୋଡ଼ପୋଡ଼ା ଶାସନରେ ଜନ୍ମିତ ନିତ୍ୟାନନ୍ଦ ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ ବାଣୀତିଆ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଚାକିରୀ ଛାଡ଼ି ସେ ସତୁରି ଦଶକରେ ଓଡ଼ିଆ ଯାତ୍ରାର ଯୁଗସ୍ରଷ୍ଟା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ଶିଷ୍ୟତ୍ବ ଗ୍ରହଣ କରିବା ସହ ତାଙ୍କ ନୀଳଚକ୍ର ଅପେରାରେ ଯୋଗ ଦେଇଥିଲେ। ନିତ୍ୟାନନ୍ଦ ସୁଦାମବତୀ ଅପେରା ଉତ୍ତରକୂଳ, ପାର୍ବତୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ଧଉଳି ଗଣନାଟ୍ୟରେ ଅଭିନୟ କରିଥିଲେ।

ପାର୍ବତୀ ଗଣନାଟ୍ୟର ଜେଜେ ତୁମେ ମିଛ କହିଲ’ରେ ଜେଜେ ସତ୍ୟବାଦୀ ମିଶ୍ର ଚରିତ୍ରରେ ଅଭିନୟ କରି ପ୍ରଶଂସିତ ହୋଇଥିଲେ। ସେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସ୍ମୃତି ସଂସଦର ଉପଦେଷ୍ଟା ରହିଥିଲେ। ତାଙ୍କ ମୃତ୍ୟୁରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସ୍ମୃତି ସଂସଦର ସଭାପତି ବାଇଧର ବିଶ୍ବାଳ, ସମ୍ପାଦକ ବାଦଲ ସିକଦାର,ବରିଷ୍ଠ ଯାତ୍ରା କଳାକାର ଦୈତାରୀ ପଣ୍ଡା, ନାୟିକା ସ୍ବାଗତିକା ପଣ୍ଡା, ସରପଞ୍ଚ ପଦ୍ମାବତୀ ପୃଷ୍ଟି, ସମିତି ସଭ୍ୟ ବଟକୃଷ୍ଣ ଜେନା, ବରିଷ୍ଠ କଳାକାର ଯୋଗେନ୍ଦ୍ର ପରିଡା, ଫକିର ମୋହନ ସାହୁ, କାଳନ୍ଦି ମଲ୍ଲିକ, ଶିକ୍ଷାବିତ ଲକ୍ଷ୍ମୀକାନ୍ତ ରାଉତ, ଇନ୍ଦ୍ରମଣି ମହାରଣା, ଆନନ୍ଦ ବଜାର ହାଇସ୍କୁଲର ପ୍ରଧାନଶିକ୍ଷକ ବୈକୁଣ୍ଠ ବିଶ୍ବାଳ, ସମାଜସେବୀ ରଘୁନାଥ ବିଶ୍ବାଳ, ଅଭୟ ପଣ୍ଡା, କେଶବ ବିଶ୍ବାଳ, ବଳରାମ ସାହୁ, ଧାମନଗର ପ୍ରେସ କ୍ଲବର ସଭାପତି ବୈକୁଣ୍ଠ ନାଥ ସାହୁ, ସାହିତ୍ୟିକ ମନୋଜ ପଣ୍ଡା, ସଙ୍ଗୀତକାର ରାମ ନାରାୟଣ ପଣ୍ଡା, ଉମାକାନ୍ତ ପୁଣ୍ଟିଆ, ଉଦୟ ସାହୁ, ପୂର୍ଣ୍ଣଚନ୍ଦ୍ର ପୋଥାଳ, ଉତ୍କଳମଣି ପଣ୍ଡା, ଗୋପାଳ ପତ୍ରୀ, ନାଟ୍ୟ ନିର୍ଦ୍ଦେଶକ ବିଜୟ ଦାସ, ସୁବ୍ରତ ବିଶ୍ବାଳ, ଦୁର୍ଗା ପ୍ରସାଦ ସ୍ୱାଇଁ, ବିଜେପିନେତା ଆଦିକନ୍ଦ ନାୟକ, ନରହରି ବିଶ୍ବାଳ, ଉଜ୍ଜ୍ବଳ ନାଥ, ଅମୂଲ୍ୟ ନାଥ, କବି ଗଙ୍ଗାଧର ନାୟକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ନିତ୍ୟାନନ୍ଦଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ କଳାତୀର୍ଥ ଆନନ୍ଦ ବଜାର ଅଞ୍ଚଳ ପରିକ୍ରମା କରାଯାଇ ଜନ୍ମମାଟି ପୋଡପୋଡ଼ା ଠାରେ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ପୁଅ ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe