ହରଭଙ୍ଗା: ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କପିଳେଶ୍ୱର ପ୍ରଧାନଙ୍କର ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ରାତ୍ର ପ୍ରାୟ ୭ଟା ସମୟରେ ସେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇଯାଇଛି। ସ୍ବର୍ଗତ ପ୍ରଧାନ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ଜିଲ୍ଲା ସଭାପତି ଥିଲେ। ଏଥି ସହିତ ସେ ଅବିଭକ୍ତ ଫୁଲବାଣୀ ଜିଲ୍ଲାରୁ କାର୍ଯ୍ୟ ଆରମ୍ଭ କରି ଦୀର୍ଘ ୪୦ବର୍ଷ ହେଲା ସାମ୍ବାଦିକତା କରି ବୌଦ୍ଧର ଏକମାତ୍ର ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କର ପୁତ୍ର ସୁବାସ ପ୍ରଧାନ ଓ ପୁତ୍ରବଧୂ ନାତି ଓ ନାତୁଣୀ ଉପସ୍ଥିତ ଥିଲେ।
ବରିଷ୍ଠ ସାମ୍ବାଦିକ କପିଳେଶ୍ୱର ପ୍ରଧାନଙ୍କ ପରଲୋକ
Advertisment
Follow Us