ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ ଅଧିକାରୀ କରୁଣାକର ରାଇକାଙ୍କ ଦେହାନ୍ତ

Advertisment
ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ ଅଧିକାରୀ କରୁଣାକର ରାଇକାଙ୍କ ଦେହାନ୍ତ

ପାରଳାଖେମୁଣ୍ଡି: ଅଳ୍ପକିଛି ଦିନ ତଳେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦାୟିତ୍ୱରେ ଯୋଗଦେଇଥିବା ବରିଷ୍ଠ ଓ.ଏ.ଏସ ଅଧିକାରୀ କରୁଣାକର ରାଇକାଙ୍କର ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜ ହସ୍ପିଟାଲରେ  ଦେହାନ୍ତ ଘଟିଛି।  ସ୍ଥାନୀୟ କୋଭିଡ ଡାକ୍ତରଖାନାର ଦାୟିତ୍ୱ ଗ୍ରହଣ କରିଥିବା କରୁଣାକର ରାଇକା କିଛିଦିନ ପୂର୍ବେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି  ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।

ଗଜପତି ଜିଲ୍ଲାର ଦୁର୍ଗମ ଏବଂ ପଛୁଆ ବ୍ଲକ ଭାବେ ପରିଚିତ ନୂଆଗଡ ବ୍ଲକର ଅତର ସିଂ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଏହି ଅନୁସୂଚିତ ଜନଜାତି ଯୁବକ କରୁଣାକର ରାଇକା ନିଜର ପ୍ରଚେଷ୍ଟା, ଆଗ୍ରହ ଏବଂ ଇଚ୍ଛା ଶକ୍ତିରେ ଜଣେ ଓ.ଏ.ଏସ ଅଧିକାରୀ ହୋଇପାରିଥିଲେ । ସେହି ସମୟରେ ନୂଆଗଡ ବ୍ଲକକୁ ବ୍ରହ୍ମପୁରରୁ ଗୋଟିଏ ଏବଂ ପାରଳାଖେମୁଣ୍ଡିରୁ ଗୋଟିଏ ବସ ଯାଉଥାଏ ଏବଂ ସେଠାରେ ଗୋଟିଏ ଆଶ୍ରମ ସ୍କୁଲରେ ପାଠ ପଢି ଅନେକ କଷ୍ଟ ସହି ଓ.ଏ.ଏସ ଅଧିକାରୀ ହେବାପରେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ମଧ୍ୟ ହୋଇଥିଲେ ।

publive-image

ପାରଳାଖେମୁଣ୍ଡି ଠାରେ ଅତିରିକ୍ତ ତହସିଲଦାର, ଗୁଣୁପୁରଠାରେ ପିଏ ଆଇଟିଡିଏ , ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ବିଡିଓ ଭାବେ ନିଜର କାର୍ଯ୍ୟ ତୁଲାଇ ଥିବା ବେଳେ ନବରଙ୍ଗପୁରରେ ଅତିରିକ୍ତ ଜିଲ୍ଲାପାଳ ଏବଂ ରାଜ୍ୟ ସଚ୍ଚିବାଳୟରେ ବିଭିନ୍ନ ଅଧିକାରୀ ପଦରେ ରହି ଆସିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏହି ଚେଳିଗଡ ପ୍ରକଳ୍ପ ଦାୟିତ୍ୱରେ ମଧ୍ୟ ଥିଲେ । କରୁଣାକର ରାଇକା ହେଉଛନ୍ତି ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଏବଂ ଆଦିବାସୀ ଯୁବନେତା ଜେମ୍‌ସ ରାଇକାଙ୍କର ନିଜ ଦାଦା ।

ଏହି ବରିଷ୍ଠ ଅଧିକାରୀଙ୍କ ଗଜପତି ଜିଲ୍ଲାପାଳ ଅନୁପମ ଶାହା , ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ ରଞ୍ଜାନ ଭଞ୍ଜଦେଓ, ଉପ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା , ଅତିତିକ୍ତ ଆରକ୍ଷୀ ଅଧ୍ୟକ୍ଷ ସିତାରାମ ଶତପଥି , ପାରଳା ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ , ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ମୋହନା ବିଧାୟକ ଦାଶରଥି ଗମାଙ୍ଗ ,ହାଇଟେକ ମେଡିକାଲ କଲେଜର ଅଧକ୍ଷ ଡଃ.ତିରୁପତି ପାଣିଗ୍ରାହୀ , ବିଜେଡି ସଭାପତି ପ୍ରଦୀପ ନାୟକ , ପୂର୍ବତନ ଏସ.ଡି.ସି ଅଧ୍ୟକ୍ଷ ଅନ୍ତ୍ରର୍ଯ୍ୟାମୀ ଗମାଙ୍ଗ , ଯୁବ ବ୍ୟବସାୟୀ ଅରୁଣ ପଟ୍ଟନାୟକ , ବିଜେପି ନେତା ସିଦ୍ଧେଶ୍ୱର ମିଶ୍ର , ବରିଷ୍ଠ ଓ.ଏ.ଏସ ଅଧିକାରୀ ସୁଧାକର ଶବର, ପୂର୍ବତନ ଓ.ଏ.ଏସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe