ଭଲଖବର: ‘ସାହାଯ୍ୟ’ ପକ୍ଷରୁ ମାନସିକବିକାରଗ୍ରସ୍ତଙ୍କୁ ସେବା ଅଭିଯାନ

Advertisment
ଭଲଖବର: ‘ସାହାଯ୍ୟ’ ପକ୍ଷରୁ ମାନସିକବିକାରଗ୍ରସ୍ତଙ୍କୁ ସେବା ଅଭିଯାନ

ଜୟପୁର: ସହରରେ ବୁଲୁଥିବା ମାନସିକ ବିକାରଗ୍ରସ୍ତଙ୍କୁ ସେବା ଯୋଗାଇବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛି ସ୍ବେଚ୍ଛାସେବୀ ସଂଗଠନ ‘‘ ସାହାଯ୍ୟ ଦି ହେଲପିଂ ହ୍ୟାଣ୍ଡ’’। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବାରୁ ଦୀର୍ଘ ଦିନ ଧରି ବଢ଼ି ରହିଥିବା ବାଳକୁ କାଟିବା ସହ ସେମାନେ ଗାଧୁଆ ପାଧୁଆ କରୁ ନଥିବାରୁ ଗାଧେଇ, ସଫା ସୁତରା ପୋଷାକ ପିନ୍ଧାଇବା ଅଭିଯାନ ଆରମ୍ଭ କରିଛି ଏହି ସ୍ବେଚ୍ଛାସେବୀ ଦଳ। ଗତ କିଛି ଦିନ ହେବ ସହରରେ ଜଣେ ମାନସିକ ବିକାରଗ୍ରସ୍ତ କମ୍ବଳ ଘୋଢ଼େଇ ବୁଲୁଥିଲା। ସେଭଳି ଅନ୍ୟଜଣେ ମାନସିକ ବିକାରଗ୍ରସ୍ତ ବି ବୁଲୁଥିଲେ। ଉଭୟଙ୍କୁ ଆଜି ଏହି ଦଳ ଧରି ଆଣି ସେମାନଙ୍କ ମୁଣ୍ଡରେ ଝଟ ପରି ବଢ଼ିଥିବା ବାଳ ସବୁ କାଟିଥିଲେ। ତା ସହ ଉଭୟଙ୍କୁ ଗାଧୁଆ ପାଧୁଆ କରି ନୂଆ ପୋଷାକ, ନୂଆ ଜୋତା ଆଦି ପିନ୍ଧାଇ ଛାଡିଥିଲେ।

ଏପରି ପରିଷ୍କାର ପରିଚ୍ଛନ୍ନତା ସହ ଏହି ମାନସିକ ବିକାରଗ୍ରସ୍ତ ମାନେ ରହିଲେ ସେମାନଙ୍କ ମନ ଓ ମନୋଭାବ ରେ କିଛି ପରିବର୍ତ୍ତନ ଆସିପାରେ ସେ ଆଶା ନେଇ ଏକ ଛୋଟିଆ ପ୍ରୟାସ ଆରମ୍ଭ କରାଯାଇଛି ବୋଲି ଏହି ଦଳ ପକ୍ଷରୁ କୁହାଯାଇଛି। ଯଦିଓ ଏହି ମାନସିକ ବିକାରଗ୍ରସ୍ତଙ୍କୁ ଧରିବା ପାଇଁ ଏମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ତେବେ ସେମାନେ ଥରେ ଧରା ପଡ଼ିବା ପରେ ଦଳକୁ ସଂପୁର୍ଣ୍ଣ ସହଯୋଗ କରିଥିବା ଦଳ ପକ୍ଷରୁ କୁହାଯାଇଛି। ଏଥିରେ ଦଳର ସଂପାଦକ କାର୍ତ୍ତିକ ରାଉତ, ,ପବିତ୍ର ପାତ୍ର, ରାମ ପାଣିଗ୍ରାହୀ, ବି. ରମେଶ, ସୁଶାନ୍ତ ପଣ୍ଡା, ଜୟନ୍ତ ସାନ୍ତ୍ରା,ରବି ନାୟକ ଓ ସହଦେବ ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ। ଏପରିକି ନିଜର ସଂପର୍କୀୟ ମାନେ ମଧ୍ୟ ଏହି ମାନସିକବିକାରଗ୍ରସ୍ତଙ୍କୁ ସେଭଳି ଛାଡି ପଳାଉଥିବା ବେଳେ ସାହାଯ୍ୟର ଏଭଳି କାମକୁ ସାଧାରଣରେ ସ୍ବାଗତ କରିବା ସହ ଆଗାମୀ ଦିନରେ ବି ଏହି ଧାରା ଜାରୀ ରଖିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe