ମାଲକାନଗିରିରେ ନୂତନ ଜିଲ୍ଲା ଦୌରାଜଜଙ୍କ କୋର୍ଟ ଲୋକାର୍ପିତ

Advertisment
ମାଲକାନଗିରିରେ ନୂତନ ଜିଲ୍ଲା ଦୌରାଜଜଙ୍କ କୋର୍ଟ ଲୋକାର୍ପିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନୂତନ ଭାବେ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ଆଜି ଲୋକାର୍ପିତ ହୋଇଯାଇଛି । ଆଜି ପବିତ୍ର ଗଣେଶ ପୂଜା ଅବସରରେ ଏହି  ଜିଲ୍ଲା ଦୌରାଜଜ କୋର୍ଟକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଭିଡିଓ କନଫେରେସିଂ ଜରିଆରେ ଲୋକାର୍ପିତ କରିଛନ୍ତି ।

ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ରେଖା ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମହଲତ ସା,ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ବିଶ୍ବରଂଜନ ବେହେରା,ରେଜିଷ୍ଟାର କୃଷ୍ଣ ଚନ୍ଦ୍ର ନାୟକ,ସିନିୟର ସିଭିଲ ଜଜ କମଳାକାନ୍ତ ରାଉତ,ଏସଡିଜେଏମ ଡ.ନିରାକାର ସାହୁ, ପ୍ରଥମଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରୀ ରେଖାରାଣୀ ପଣ୍ଡା,ମୋଟୁ ଜେଏମଏଫସି ଗୌରି ଶଂକର ପଣ୍ଡା,ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାଜେଶ କୁମାର ମୁଦୁଲି,ଜିଲ୍ଲାପାଳ ବିଶାଲ ସିଂ,ଏସପି ପ୍ରହ୍ଲାଦ ସହାୟ ମୀନା,ମୁଖ୍ୟ ଚିକିତ୍ସା ଜିଲ୍ଲା ଅଧିକାରୀ ପ୍ରଫୁଲ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ନୂଚନ କୋର୍ଟ ପରିସରରେ ଆୟୋଜିତ ଏକ ଉଦଘାଟନ କାର୍ଯ୍ୟକ୍ରମରେ ହାଇକୋର୍ଟରେ ଥିବା କୋଠାବାଡି କମିଟିର ଅଧ୍ୟକ୍ଷ ତଥା ବିଚାରପତି ଶତ୍ରୁଘ୍ନ ପୂଜାରୀ ଏବଂ କୋରାପୁଟ ମାଲକାନଗିରି ଜିଲ୍ଲାର ହାଇକୋର୍ଟ ପ୍ରଶାସନିକ ବିଚାରପତି ଏସ.କେ.ପାଣିଗ୍ରାହୀ ଅନଲାଇନରେ ନିଜର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe