ଗଣେଶ ପୂଜା ଚାନ୍ଦା ନ ଦେବାରୁ ଘରେ ନିଆଁ ଲଗାଦେ‌ଲେ ଦୁର୍ବୃତ୍ତ

ଗଣେଶ ପୂଜା ଚାନ୍ଦା ନ ଦେବାକୁ ନେଇ ସମ୍ବଲପୁର ସହରରେ ଏକ କିଛି ଦୁବୃର୍ତ୍ତ ଉନ୍ମତକାଣ୍ଡ ଭିଆଇଛନ୍ତି। ଗତକାଲି ବିଳମ୍ବିତ ରାତିରେ  ଦୁର୍ବୃତ୍ତ ଅଭାବନୀୟ ଘଟଣା ଘଟାଇଛନ୍ତି ।

burn

ସମ୍ବଲପୁର: ଗଣେଶ ପୂଜା ଚାନ୍ଦା ନ ଦେବାକୁ ନେଇ ସମ୍ବଲପୁର ସହରରେ କିଛି ଦୁବୃର୍ତ୍ତ ଉନ୍ମତକାଣ୍ଡ ଭିଆଇଛନ୍ତି। ଗତକାଲି ବିଳମ୍ବିତ ରାତିରେ  ଦୁର୍ବୃତ୍ତ ଅଭାବନୀୟ ଘଟଣା ଘଟାଇଛନ୍ତି ।

ଅଭିଯୋଗ ଅନୁସାରେ ଦୁର୍ଗାପାଲି ଅଞ୍ଚଳର ଜୟନ୍ତ ମେହେର ଗତକାଲି ପୂଜା ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତ୍ତ୍ଯକ୍ତ ହୋଇ କିଛି ଯୁବକ ଗୁରୁବାର ଭୋର ସମୟରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ଘରେ ସମସ୍ତେ ଶୋଇଥିବା ସମୟରେ  ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଫଳରେ ଦୁଇଟି ବାଇକ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।

ଅଧିକ ପଢ଼ନ୍ତୁ:ଚଳନ୍ତା ଟ୍ରେନରୁ ଖସିପଡ଼ିଲା ନାବାଳକ, ସଫଳତାର ସହ ଉଦ୍ଧାର ‌କଲା ଆରପିଏଫ୍‌

ଏନେଇ କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଖୋଜା ଯାଉଛି।

ଅଧିକ ପଢ଼ନ୍ତୁ:ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe