ସିପିଆଇ ରାଜ୍ୟ ସମ୍ମିଳନୀରେ ଉଠିଲା ଜୟପୁର ପେପରମିଲ ସମସ୍ୟା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ନିଷ୍ପତ୍ତି

Advertisment
ସିପିଆଇ ରାଜ୍ୟ ସମ୍ମିଳନୀରେ ଉଠିଲା ଜୟପୁର ପେପରମିଲ ସମସ୍ୟା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ନିଷ୍ପତ୍ତି

ଜୟପୁର: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୨୩ତମ ରାଜ୍ୟ ସମ୍ମିଳନୀରେ ଉଠିଛି କୋରାପୁଟ ଜିଲ୍ଲାର ଜୟପୁରଠାରେ ରହିଥିବା ଏକ ମାତ୍ର ବୃହତ କାଗଜ କଳ ସେବା କାଗଜକଳର ବିଭିନ୍ନ ସମସ୍ୟା ପ୍ରସଙ୍ଗ। ଏହି କାଗଜକଳକୁ ସ୍ବାଭାବିକ ଭାବେ ଚଳେଇବା ପାଇଁ ଏବଂ ଶ୍ରମିକମାନଙ୍କୁ ପୁର୍ଣ୍ଣ ଦରମା ,ଇପିଏଫ ନିୟମିତ ଓ ଅବସରପ୍ରାପ୍ତ ଶ୍ରମିକମାନଙ୍କ ପିଏଫ୍ ଜମା ଟଙ୍କା ଦେବା ସହ ପେନସନ ବ୍ୟବସ୍ଥା କରିବା ପାଇଁ ଆଲୋଚନା କରାଯାଇଥିଲା। ଏନେଇ ରାଜ୍ୟସରକାରଙ୍କୁ ହସ୍ତକ୍ଷେପ କରିବାକୁ ସିପିଆଇ ଆଲୋଚନା କରିବ ବୋଲି ନିଷ୍ପତ୍ତି ହୋଇଥିଲା। ୨୦୨୦ ଫେବୃଆରୀ ମାସରେ ପୁରୁଣା କମ୍ପାନୀ ବିଜିପିପିଏଲ୍ ହରିଆନା ରାଜ୍ୟ ସରକାରଙ୍କ ଷ୍ଟାମ୍ପ ଡ୍ୟୁଟି ପେପରରେ ହାଇଦ୍ରାବାଦ ସ୍ଥିତ ମଦର୍ ଆର୍ଥ୍ କମ୍ପାନୀ ସହ ଦ୍ୱିପାକ୍ଷିକ ଚୁକ୍ତିନାମା କରି ହସ୍ତାନ୍ତର କରିଛି ।

ଓଡ଼ିଶା ସରକାରଙ୍କ ଠାରୁ ପୂର୍ବରୁ ଅନୁମତି ନନେଇ ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ ରୁ ୧୫୦ କୋଟି ଟଙ୍କା ରୁଣ ନୂଆ କମ୍ପାନୀ ମଦର ଆର୍ଥ୍ ରୁଣ ନେଇଛି କିନ୍ତୁ ଦୁଇ ବର୍ଷ ରୁ ଉର୍ଦ୍ଧ କାଳ ହେଲା କାଗଜ କଳ ସ୍ୱଭାବିକ ଭାବେ ଚଳେଇବା ରେ ଅକ୍ଷମ ହୋଇଛି । ଯଦିଓ ଉକ୍ତ ରୁଣ ଟଙ୍କା ରୁ ପୁରୁଣା କମ୍ପାନୀ ମୁଖ୍ୟ ଗୈାତମ ଥାପରକୁ ୧୦୦ କୋଟି ଟଙ୍କା ଦେଇଛି କିନ୍ତୁ ଶ୍ରମିକ ମାନଙ୍କୁ କୋଭିଡ୍ ମହାମାରୀ ସମୟରେ ମଧ୍ୟ ଟଙ୍କା ଟିଏ ଦେଇନାହିଁ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ମିଳନୀ ଉଦବେଗ ପ୍ରକାଶ କରି କହିଛି ଯେ ଏହି ଭଳି କମ୍ପାନୀ ମାନେ ସରକାରଙ୍କ ଦ୍ଵାରା ସହାୟତା ପାଇ ବ୍ୟାଙ୍କ ରୁ ରୁଣ ନେଇ ଲୁଟ୍ କରୁଛନ୍ତି ।

କୋଭିଡ୍ ମହାମାରୀ ଆଳରେ ଶ୍ରମିକ ମାନଙ୍କୁ ବର୍ଷ ବର୍ଷ ଧରି ଗେଟ୍ ବାହାରେ ଅନ୍ୟାୟ ଭାବେ ରଖିବା ପରେ ଏବେ ଅଧା ଦରମା ଦେଇ କାମ କରାଉଛି । ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ବକେୟା ପାଉଣା ଏବଂ ଇପିଏଫ୍ ଜମା ଟଙ୍କା ପୈଠ କରିନାହିଁ ଯାହା ଫଳରେ ଆଜି ପର୍ଯ୍ୟନ୍ତ ପେନସନ ପାଇପାରୁ ନାହାନ୍ତି । ଏ ସମ୍ବନ୍ଧରେ ସରକାରଙ୍କୁ ଏକ ପ୍ରତନିଧି ଦଳ ଯାଇ ମିଶିବେ ଏବଂ ସମଗ୍ର ଘଟଣାର ତଦନ୍ତ ପାଇଁ ତଥା ଶ୍ରମିକ ମାନଙ୍କୁ ପୁରା ଦରମା ଓ କାରାଖାନା ଚଲେଇବା ପାଇଁ ହସ୍ତକ୍ଷେପ କରିବାକୁ ଦାବି କରାଯିବ । ଏହି ପ୍ରସ୍ତାବକୁ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ସମ୍ମିଳନୀରେ ଆଗତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe