ବେଆଇନ୍‌ ମଦଭାଟି ଉପରେ ଚଢ଼ାଉ: ଜଣେ ମହିଳା ସମେତ ୭ ଗିରଫ, ୧୦୦୦ ଲିଟର ଦେଶୀ ମଦ ଜବତ

Advertisment
ବେଆଇନ୍‌ ମଦଭାଟି ଉପରେ ଚଢ଼ାଉ: ଜଣେ ମହିଳା ସମେତ ୭ ଗିରଫ, ୧୦୦୦ ଲିଟର ଦେଶୀ ମଦ ଜବତ

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଥାନା ପୁଲିସ ଆଜି ପୂର୍ବାହ୍ନରେ ଗଣ୍ଡପଲ୍ଲୀ ଓ ପାକଲାପଲ୍ଲୀ ଅଞ୍ଚଳରେ ବେଆଇନ୍‌ ଭାବେ ପରିଚାଳିତ ଦେଶୀ ମଦଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରୁ ୧୦୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ପ୍ରାୟ ୩୦୦୦ ଲିଟର ପୋଚ ନଷ୍ଟ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡି. ରାଜି, ଏ. ରାମ, ଏ. ବୁଲୁ, ଡି. ରମେଶ, ଏ. ଆଦିକନ୍ଦୁ, ଟୁକୁନା ନାୟକ ଓ ଜଣେ ମହିଳା ବି.ସାଦିକା।

ସୂଚନା ଅନୁସାରେ ପାକଲାପଲ୍ଲୀର ଏରୋଗୋଲା ଏବଂ ଗଣ୍ଡପଲ୍ଲୀର ଏରୋଗୋଲା ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେବା ନେଇ ପୁଲିସକୁ ସୂଚନା ମିଳିଥିଲା। ଆସିକାରେ କାର୍ଯ୍ୟରତ ପ୍ରୋବେସନ୍‌ (ତାଲିମ ଗ୍ରହଣ କରୁଥିବା) ଆଇପିଏସ୍‌ ଅଭିଳାଷ ଜିଙ୍କ ନିର୍ଦ୍ଦେଶକ୍ରମେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ୨ଟି ଦେଶୀ ମଦଭାଟି ଉପରେ ଅତର୍କିତ ଚଢ଼ାଉ କରିଥିଲେ।

publive-image nayalook.com

ସୂଚନାଯୋଗ୍ୟ ଆସିକାଅଞ୍ଚଳରେ ବ୍ୟାପକ ଦେଶୀମଦ ପ୍ରସ୍ତୁତ ହେଉଛି। ମଦ ପିଇ ସ୍ଥାନୀୟ ଯୁବକମାନେ ଅଭାବନୀୟ କାଣ୍ଡ କରୁଛନ୍ତି। ଅନେକ ପରିବାର ମଦ ଯୋଗୁଁ ଉଜୁଡି ଯାଉଛି। ମାତ୍ର ଏଠାରେ ଅବକାରୀ ବିଭାଗ ନିଦା ବିଷ୍ଣୁ ସାଜିଛି। କିନ୍ତୁ ପୁଲିସ ବେଆଇନ୍‌ ଭାବେ ମଦ ପ୍ରସ୍ତୁତ କରୁଥିବା ଭାଟି ଉପରେ ଚଢ଼ାଉ କରୁଛି। ବିଗତ ୨ ମାସ ମଧ୍ୟରେ ୬୦ରୁ ଅଧିକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe