ବିଭିନ୍ନ ସ୍ଥାନରେ ଚଢାଉ କରି ୧୬୦ ଲିଟର ଦେଶୀ ମଦ ଜବତ, ୭ ଗିରଫ

Advertisment
ବିଭିନ୍ନ ସ୍ଥାନରେ ଚଢାଉ କରି ୧୬୦ ଲିଟର ଦେଶୀ ମଦ ଜବତ, ୭ ଗିରଫ

Sambad

ମାଲକାନଗିରି: ମାଲକାନଗିରି ଅବକାରୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ମଦ ବିକ୍ରି କରୁଥିବା ଆସାମୀ ମାନଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ସବ୍ ଇନସପେକ୍ଟର ଗଦାଧର ମହାରଣାଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଦେଶୀ ମଦ ବିକ୍ରି କରାଯାଉଥିବା ଦୋକାନ ଉପରେ ଚଢାଉ କରାଯାଇଥିଲା। ମାଲକାନଗିରି ଥାନା ଅନ୍ତର୍ଗତ ତଳ ସାହି, ତଣ୍ଡାପାଲୀ ଛକ ଏବଂ ବଣ୍ଡାବାକୁଲିଗୁଡା ଠାରେ ଚଢାଉ କରାଯାଇ ପ୍ରାୟ ୧୬୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୭ ଜଣ ଆସାମୀକୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରାମ ଚନ୍ଦ୍ର ନାୟକ, ଲକ୍ଷ୍ମୀ ଭୁମିଆ, ଲକ୍ଷ୍ମୀ ବାଘ, ହୀରାମଣି ପାଣିଗ୍ରାଟି, ସ୍ନେହଲତା ପାଙ୍ଗୀ, ବିମଳା ଭୁମିଆ ଏବଂ ରଇନା ବୈରାଗୀ। ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ଚଢାଉରେ ଅବକାରୀ ବିଭାଗର ଏଏସଆଇ ଦିନେଶ କୁମାର, କନେଷ୍ଟବଲ କାହ୍ନୁ ଚରଣ ମଲ୍ଲିକ, ପଣ୍ଡା ନାଗେଶ, ଜୁଲି ସା, ସରିତା ନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe