image source-long island press
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଅଫିସରେ କର୍ମଚାରୀ ଥିବା ଜଣେ ଯୁବକଙ୍କ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଥିବା କଥା ମନ୍ତ୍ରୀ ନବ ଦାସଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟ ୬ ପଜିଟିଭ୍ କେସ୍ ମଧ୍ୟରୁ ୪ ଗୋଟି କେସ୍ ବାହାର ରାଜ୍ୟରୁ ଆସିଥିବା ବେଳେ ୨ ଗୋଟି କେସ୍ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ବିହାରରୁ ଗତ ୨୧ ତାରିଖରେ ଆସି ବ୍ରଜରାଜନଗର ଓରିଏଣ୍ଟ ହାଇସ୍କୁଲ କ୍ବାରାଣ୍ଟିନରେ ଥିବା ଜଣେ ୧୯ ବର୍ଷ ମହିଳା, ଆନ୍ଧ୍ରପ୍ରଦେଶରୁ ଗତ ୧୯ ତାରିଖ ଦିନ ଆସି ଲଖନପୁର କୋଡ଼ାଲୋଇ ବିଜିଆର୍ କେମ୍ପରେ କ୍ବାରାଣ୍ଟିନରେ ଥିବା ୨୭ ବର୍ଷ ପୁରୁଷ, ତେଲେଙ୍ଗାନାରୁ ଗତ ୧୭ ତାରିଖରେ ଆସି ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ କ୍ବାରାଣ୍ଟିନରେ ଥିବା ୨୬ ବର୍ଷ ପୁରୁଷ, ଝାରଖଣ୍ଡରୁ ଗତ ୨୦ ତାରିଖରେ ଆସି ଝାରସୁଗୁଡ଼ା ହୋଟେଲ ମେଘଦୂତରେ ରହୁଥିବା ୩୫ ବର୍ଷ ପୁରୁଷଙ୍କ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବ୍ରଜରାଜନଗର ବ୍ଲାକ ଡାଇମଣ୍ଡ କଣ୍ଟେନମେଣ୍ଟ ଜୋନ୍ରୁ ଜଣେ ସ୍ଥାନୀୟ ୨୫ ବର୍ଷିୟା ମହିଳା ଓ ଝାରସୁଗୁଡ଼ା ସରବାହାଲ କୌଣସି ଏନକ୍ଲେଭରେ ରହୁଥିବା ଜଣେ ୪୭ ବର୍ଷ ପୁରୁଷଙ୍କ ପଜିଟିଭ୍ ଥିବା ଜଣାଯାଇଛି।
Follow Us