ମାଟି ଅତଡା ଖସି ୭ ଛେଳି ମୃତ, ତିନି ନିଖୋଜ

ମାଟି ଅତଡା ଖସି ୭ ଛେଳି ମୃତ, ତିନି ନିଖୋଜ

Sambad

ପାରଳାଖେମୁଣ୍ଡି: ପାରଳା ସହର ଉପକଣ୍ଠରେ ଥିବା ବେତାଗୁଡା ଅଞ୍ଚଳରେ ଏକ ଛୋଟିଆ ପାହାଡ଼ରୁ ମାଟି ଏବଂ ପଥର ଅତଡା ଖସି ୭ଟି ଛେଳିଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମଙ୍ଗଳବାର ମଧ୍ୟାହ୍ନ ସମୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ତି ଝାମୀ ଗ୍ରାମର ଜି. ଭେଙ୍କଟ ରାଓଙ୍କ ଛେଳି ଗୁଡିକୁ ଚରାଇବା ପାଇଁ ପ୍ରତ୍ୟେକ ଦିନ ନେଉଥିବା ଅଞ୍ଚଳକୁ ନେଇଥିଲେ। ଆଜି ମଙ୍ଗଳବାର ମଧ୍ୟ ଉକ୍ତ ଅଞ୍ଚଳକୁ ଛେଳି ଚରାଇବା ପାଇଁ ନେଇଥିଲେ। ଛେଳି ଗୁଡିକ ଉକ୍ତ ଚରୁଥିବା ସମୟରେ ହଠାତ ମାଟି ଅତଡା ଖସି ପଡିବା ଥିବାବେଳେ ଉକ୍ତ ମାଟି ଏବଂ ପଥର ତଳେ ଚାପି ହୋଇ ରହି ଯାଇଥିଲେ ଛେଳି ଗୁଡିକ।
ସେଠାରେ ଥିବା ଜଗୁଆଳି ଜଣକ ନିକଟରେ ଥିବା ଅଗ୍ନିଶମ ବିଭାଗର କାର୍ଯ୍ୟାଳୟକୁ ଜଣାଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଛେଳି ଉଦ୍ଧାର କରିବା ଚେଷ୍ଠା କରିଥିଲେ କିନ୍ତୁ ବଡ଼ବଡ଼ ପଥର ରହିଥିବାରୁ ଏହାକୁ ଜେସିବି ମାଧ୍ୟମରେ ଉଠାଇବା ସହ ମୃତ ଅବସ୍ଥାରେ ୭ଟି ଛେଳିକୁ ଉଦ୍ଧାର କରିଥିଲେ। ଉକ୍ତ ଅଞ୍ଚଳରେ ଛାନଭିନ କରି ଫେରିଥିବା ବେଳେ ମୃତ ଛେଳିର ମାଲିକ ଜି. ଭେଙ୍କଟ ଆଉ ୩ଟି ଛେଳି ନିଖୋଜ ଅଛି ବୋଲି ଫୋନ ଯୋଗେ ଜଣାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe