ମଦ ସହ ୨ମୋଟରବାଇକ୍‌ ଜବତ: ୭ ଗିରଫ

Advertisment
ମଦ ସହ ୨ମୋଟରବାଇକ୍‌ ଜବତ: ୭ ଗିରଫ

ରାଉରକେଲା: ଅବକାରୀ ପୁଲିସ ସହରର ଇନ୍ଦିରାନଗର, କୋଏଲନଗର, ପ୍ଲାଣ୍ଟସାଇଟ୍‌, ଲାଙ୍କୋଇ ଆଦି ସ୍ଥାନରେ ଚଢ଼ଉ କରି ୭ ଦେଶ ମଦ ବେପାରିକୁ ଗିରଫ କରିଛି। ଗିରଫ ବେପାରିମାନେ ହେଲେ ଶୈଳେନ୍ଦ୍ର କୁମାର, ରମେଶ ଡୁଙ୍ଗୁରି, ମଞ୍ଜୟ ଚୌହାନ୍‌, ଅମାନ୍ଦ ଡୁଙ୍ଗୁରି, ଫୈଜାନ୍‌ ଖାତୁନ୍‌, ସୁଲେନ୍ଦର କୁମ୍ଭାର। ଏମାନଙ୍କ ନିକଟରୁ ମୋଟ ୫୮୭ ଲିଟର ଦେଶୀ ମଦ ସହ ଦୁଇଟି ମୋଟରବାଇକ୍‌ ଜବତ ହୋଇଛି। ରେଲୱେ କଲୋନି ଇନ୍ଦିରାନଗରେ ଚଢ଼ଉ ବେଳେ ଅବକାରୀ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଦ ବିରୋଧୀ ଅଭିଯାନ ନାଁରେ ଅବକାରୀ ପୁଲିସ ଧମକଚମକ ଦେଉଥିବା ଲୋକାମାନେ ଅଭିଯୋଗ କରିଛନ୍ତି। ଏଭଳି ଧମକଚମକ ଦେଉଥିବା ଅବକାରୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ଅବକାରୀ ବିଭାଗ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗିରଫ ମଦ ବେପାରିମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରୁ ମୋଟର ଟ୍ୟୁବ୍‌, ପ୍ଲାଷ୍ଟିକ ଡ୍ରମ୍‌ରେ ଦେଶୀ ମଦ ଭର୍ତ୍ତି କରିୟ ରାଉରକେଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe