୭ମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Advertisment
୭ମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ଠାରେ ରହିଥିବା କେଜିବିଭି ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଆଜି ସକାଳେ ବିଷ ବିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରତିଦିନ ଭଳି ଆଜି ସକାଳେ ମଧ୍ୟ ଜୈନିକ ଛାତ୍ର ସ୍କୁଲରେ ପହଞ୍ଚିଥିଲେ। ତେବେ ସେ ଚିନ୍ତାରେ ଥିବା ତାଙ୍କ ସାଙ୍ଗସାଥି ଦେଖିଲେ। କିଛି ସମୟ ପରେ ସେ ଅସୁସ୍ଥ ହୋଇପଡିଥିଲେ। ତେବେ ସ୍କୁଲ କର୍ତ୍ତୃପକ୍ଷ କଣ ହୋଇଛି ଜାଣିବାକୁ ଚେଷ୍ଟା କରିବା ବେଳେ ସେ ବିଷ ବିଇ ଦେଇଥିବା କହିଥିଲା। ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରକୁ ଖଇରପୁଟ ମେଡିକାଲରେ ଭର୍ତ୍ତି କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମେଡିକାଲରେ ପହଞ୍ଚି ପିଲାର ଚିକିତ୍ସା କରାଇଥିଲେ।

ତେବେ ଡାକ୍ତର ଛାତ୍ର ଜଣକ ଗୁରୁତର ଥିବା କହି ତୁରନ୍ତ ମାଲକାନଗିରି ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି ମେଡିକାଲରେ ଛାତ୍ରର ଚିକିତ୍ସା ଚାଲିଛି। ବର୍ତ୍ତମାନ ସେ ବିପଦମୁକ୍ତ ବୋଲି ଡାକ୍ତର କହିଛନ୍ତି। ତେବେ କାହିଁକି ସପ୍ତମ ଶ୍ରେଣୀର ଛାତ୍ର ବିଷ ପିଇଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟଦିଗରେ ସେହି ବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ଥିବା ସୂଚନା ମିଳିଛି। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe