୭୫ବର୍ଷ ପୂର୍ତ୍ତି ଉତ୍ସବରେ ପୁରାତନ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରସଂସଦର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

Advertisment
୭୫ବର୍ଷ ପୂର୍ତ୍ତି ଉତ୍ସବରେ ପୁରାତନ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରସଂସଦର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

Sambad

ଜୟପୁର: ରାଜନୀତିରୁ ଉର୍ଦ୍ଧ୍ବରେ ରହି ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କର ଦୀର୍ଘ ଦିନର ଦାବି ଗୁଡିକୁ ମୁଖ୍ୟମନ୍ତ୍ରୀ , ୫ଟି ସଚିବ, ଯାଜପୁର ବିଧାୟକ ପୂରଣ କରିଥିବାରୁ ସେ ପୂର୍ତ୍ତି ଉତ୍ସବ କମିଟିର ଅଧ୍ୟକ୍ଷ ଭାବେ ଧନ୍ୟବାଦ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହାକୁ ‌ଯିଏ ଯେମିତି ଚିତ୍ରଣ କରୁ ବୋଲି ଆଜି ପୁରାତନ ଛାତ୍ର ସଂସଦ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ। ବିଶ୍ବବିଦ୍ୟାଳୟ ଘୋଷଣା ପରେ ଆଜି ଛାତ୍ରସଂସଦର ପ୍ରଥମ କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେଇ ବହୁ ମଣିଷ ତିଆରି କାରାଖାନାର ମାଲିକମାନଙ୍କୁ ସମ୍ବର୍ଦ୍ଧିତ କରି ନିଜକୁ ଗୌରାବାନ୍ବିତ ମନେ କରୁଛି ବୋଲି ବିଧାୟକ କହିଥିଲେ। ନିଜ ବିଧାୟକ ପାଣ୍ଠିରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ବିଶାଖାପାଟଣା ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ଥିବା ପରି ଅବିକଳ ପ୍ରତିମୂର୍ତ୍ତି ଅତିଶୀଘ୍ର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ସମ୍ମୁଖରେ ସ୍ଥାପନ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ।

publive-image Sambad

ସମ୍ମାନୀତ ଅତିଥି ଭାବେ ପୁରାତନ ଛାତ୍ର ତଥା ରାଜ୍ୟ ଏସଡିସି ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗ ଦେଇଥିଲେ। ଏହି ଅବସରରେ ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ଡ.ବିଏନ୍ ମିଶ୍ର, ସୁଧାରଂଜନ ମିଶ୍ର, ଜି.ସାବିତ୍ରୀ, ଡ.ଏସପି ରଥ, ବରିଷ୍ଠ ଅଧ୍ୟାପକ ଡି.ଜି ରାଓ, ନୟନ କିଶୋର ମହାନ୍ତି, ରବିନ୍ଦ୍ରନାଥ ପଟ୍ଟନାୟକ, ପୁରାତନ ଛାତ୍ର ତଥା ରାଜ୍ୟ ଏସଡିସି ଉପଦେଷ୍ଟା ଶ୍ରୀ ମାଝୀ, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଅଧ୍ୟକ୍ଷ ଡ.ଗୋପାଳ ହାଲଦାରଙ୍କ ସହ କିଛି ବର୍ଷର ପୁରାତନ ଛାତ୍ରସଂସଦର କର୍ମକର୍ତ୍ତାଙ୍କୁ ମୁଖ୍ୟ ଅତିଥି  ଓ  ଏସଡିସି ଉପଦେଷ୍ଟା ଶ୍ରୀ ମାଝୀ ସମ୍ବର୍ନ୍ଧିତ କରିଥିଲେ। ପୁରାତନ ଛାତ୍ର ତଥା ଗବେଷକ ଡଃ. ପରେଶ ରଥଙ୍କ ଦ୍ବାରା ଇଂରାଜୀରେ ଲିଖିତ ‘‘ସାହିତ୍ୟ ସମ୍ରାଟ ବିକ୍ରମ ଦେଓ ବର୍ମା ମହାରାଜା ଅଫ ଜୟପୁର’’କୁ ମୁଖ୍ୟଅତିଥି ଓ ଉତ୍ସବରେ ଯୋଗ ଦେଇଥିବା ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ ଅଧ୍ୟାପକମାନେ ଲୋକାର୍ପିତ କରିଥିଲେ। ଶେଷରେ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe