ମିଶନ ଶକ୍ତି ସ୍କୁଟି ଯୋଜନାରେ ୭୭ ଜଣ ମହିଳା ସାମିଲ

Advertisment
ମିଶନ ଶକ୍ତି ସ୍କୁଟି ଯୋଜନାରେ ୭୭ ଜଣ ମହିଳା ସାମିଲ

Sambad

ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ମୁଖ୍ୟାଳୟରେ ଶୁଭାରମ୍ଭ କରାଯାଇଥିବା ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ରାୟଗଡା ଜିଲ୍ଲାରେ ୭୭ଜଣ ସ୍ୱୟଂ ସହାୟକ ମହିଳାଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି।ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ ମହିଳା ମାନଙ୍କ ଗତି ଶକ୍ତି ବଢ଼ାଇଲେ ସେମାନେ ସ୍ୱବଲମ୍ବୀ ହୋଇ ପାରିବେ। ଏସଏଚଜିରୁ ଏସଏମଇକୁ ପରିଣତ କରିବୁ ବୋଲି କହିଥିଲେ। ଏହି ଭରଚୁଆଲ ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ଜିଲ୍ଲାପାଳ ସ୍ବଧାଦେବ ସିଂହ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ କାମାକ୍ଷୀ ପାଢ଼ୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ, ଓଡିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳକ ଶ୍ରୀ ବାଗ, ଓରମାସର ଅତିରକ୍ତ ନିର୍ଦେଶକ ମନୋଜ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମେତ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ସ୍କୁଟି ପ୍ରଦାନ କରାଯାଇଥିଲା।

publive-image Sambad

ଜିଲ୍ଲାରୁ ୧୨୪୫ଟି ସ୍କୁଟି ପାଇଁ ଆବେଦନ କରିଥିବା ବେଳେ ଏମାନଙ୍କ ଦରଖାସ୍ତକୁ ବ୍ୟାଙ୍କକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୪୮ଜଣକର ଋଣ ମଂଜୁର ହୋଇଥିବା ବେଳେ ଆଜି ଜିଲ୍ଲାର ୭୭ଜଣ କାର୍ଯ୍ୟ ନିର୍ବାହୀ ସଦସ୍ୟ, କମ୍ୟୁନିଟି ସପର୍ଟ ଷ୍ଟାଫ, ଜି.ପି.ଏଲ.ଏଫ ଓ ବିଏଲଏଫ ସଦସ୍ୟ ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯାଇଥିଲା। ଏହା ଋଣ ଆକାରରେ ମହିଳାମାନଙ୍କୁ ପ୍ରଦାନ କରାଯାଇଛି ଯାହାକି ବିନା ସୁଧରେ ୪ବର୍ଷରେ ଋଣ ପୈଠ କରିବେ। ସ୍କୁଟି ପାଇ ମହିଳା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଗକୁ ସେମାନଙ୍କର କାମ ଆହୁରି ସହଜ ସରକାର କରି ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe