କୋଇଡାରେ ବିଜେଡିର ମିଶ୍ରଣ ପର୍ବ

କୋଇଡାରେ ବିଜେଡିର ମିଶ୍ରଣ ପର୍ବ

କୋଇଡା:ସମଗ୍ର ରାଜ୍ୟରେ ବିଜେଡି ଦଳ ଦୀର୍ଘ ୨୧ ବର୍ଷ ଧରି ନିଜ ଆଧିପତ୍ୟ ଜାହିର ରଖିଥିବା ବେଳେ ରାଜନୈତିକ ଇତିହାସରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ନିର୍ବାଚନ ମଣ୍ଡଳୀ ଠାରେ ଆଜି ପର୍ଯ୍ୟନ୍ତ ତାର ପ୍ରଥମ ବିଧାୟକ ଜିତିବା ନେଇ କସରତ କରୁଛନ୍ତି । ହେଲେ ଏବେ ଧୀରେ ଧୀରେ ବିଜେଡି ସୁଦୃଢ ହେବାରେ ଲାଗିଛି, ଏ ନେଇ ଆଜି ଖଣି ଅଞ୍ଚଳ କୋଇଡା ବ୍ଲକ କୋଇଡା ମିନି ଷ୍ଟାଡିୟମ ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ସଭା ସହ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମେତ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, କୁଶ ଆପଟ, ପୁର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ସୁମନ ବାଗେ, ପର୍ଯ୍ୟବେକ୍ଷକ ଶିଶିର ପରିଜା ପ୍ରମୁଖ ଙ୍କ ଉପସ୍ଥିତିରେ କୋଇଡା ବ୍ଲକ ଅଧ୍ୟକ୍ଷା ରୀନା ରାଣୀ କୁମୁଡିଆଲ ସିପିଆଇଏମ୍ ଦଳ ଛାଡି ବିଜେଡି ରେ ସାମିଲ ହୋଇଥିଲେ । ଏଥିସହ ବିଜେପି , କଂଗ୍ରେସ, ସିପିଆଇଏମ୍ ଦଳ ଛାଡି ଶତାଧିକ କର୍ମୀ ବିଜେଡି ରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe