ନବରଙ୍ଗପୁରରେ ସେକ୍ସ ରାକେଟ୍, କିଙ୍ଗପିନ୍ ସମେତ ୪ ଗିରଫ, ପାରାବେଡା ପାଲଟିଛି ହବ୍

Advertisment
ନବରଙ୍ଗପୁରରେ ସେକ୍ସ ରାକେଟ୍, କିଙ୍ଗପିନ୍ ସମେତ ୪ ଗିରଫ, ପାରାବେଡା ପାଲଟିଛି ହବ୍

ନବରଙ୍ଗପୁର: ନବରଙ୍ଗପୁର ସହରରେ ଚାଲିଥିବା ଏକ ସେକ୍ସ ରେକେଟକୁ ଠାବ କରି ପୁଲିସ ଏହି ଘଟଣାରେ ବୁଧବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ନବରଙ୍ଗପୁର ଅତିରିକ୍ତ ଏସପି ସିଏଚ୍.ହୃଦୟାନନ୍ଦଙ୍କ ସୂଚନା ଅନୁଯାୟୀ ଜଣେ ମହିଳା ଏହି ରେକେଟ୍ ପର୍ଦ୍ଦାଫାଶ କରିଛନ୍ତି। ଉକ୍ତ ମହିଳା ସେହି ଘରେ ଆତର୍କିତ ଭାବେ ଚଢ଼ାଉ କରିବା ବେଳେ ସେହି ଘରୁ ଜଣେ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଯୁବକ ଖସି ପଳାଇଥିଲେ। ଏ ସଂକ୍ରାନ୍ତରେ ଉକ୍ତ ମହିଳା ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ନବରଙ୍ଗପୁର ପୁଲିସ ଜଣେ ଯୁବତୀ ଜିନୁ (ଛଦ୍ମନାମ ୨୧)ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ ।

ଜିନୁର ଘର ପଶ୍ଚିମବଙ୍ଗର ଦୁମଦୁମ ନିକଟସ୍ଥ ମଧୁଗ୍ରାମ ଅଞ୍ଚଳର ବୋଲି ଜଣାପଡିଥିଲା। ସେକ୍ସ ରାକେଟ୍ ଥିବା ସନ୍ଦେହ ହେବାରୁ ପୁଲିସ ପକ୍ଷରୁ ଏସପିଙ୍କ ନଜରକୁ ଅଣାଯାଇଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମ ଇନସପେକ୍ଟର ତାରିକ ଅହମ୍ମଦଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ଉକ୍ତ ମହିଳାଙ୍କ ଠାରୁ ଖବର ସଂଗ୍ରହ କରାଯାଇଥିଲା। ଓଡିଶା ସୀମାନ୍ତ ସହର ଆନ୍ଧ୍ରର ସତିଶ କୁମାର ସାହୁ, ଜୟପୁରର ପାରାବେଡାରେ ରହୁଛନ୍ତି। ସେ ହିଁ ଏହି ସେକ୍ସ  ରାକେଟ୍ ମୂଖ୍ୟ ବ୍ୟକ୍ତି ଥିଲେ। ସେ ପାରାବେଡାରେ ଏକ ଘର ଭଡା କରି ବିଭିନ୍ନ ଅଞ୍ଚଳରୁ ଯୁବତୀ ଓ ମହିଳା ମାନଙ୍କୁ ଆଣି ସେଠାରେ ରଖି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ।

ପଶ୍ଚିମବଙ୍ଗର ଉକ୍ତ ଯୁବତୀ ଜିନୁଙ୍କୁ ମଧ୍ୟ ସତିଶ ନବରଙ୍ଗପୁର ସହରର ରାଜୁସାହିରେ ଭଡା ଘରେ ରହୁଥିବା ଶରତ ପଣ୍ଡା ନାମକ ଜଣେ ଯୁବକ ପାଖରେ ଆଣି ଛାଡିଥିଲା। ଉକ୍ତ ଯୁବତୀଙ୍କ ସହ ଶରତ ପଣ୍ଡା ଓ ସୁରେନ୍ଦ୍ର ଗନ୍ତାୟତ ରହିଥିଲେ। ସତିଶ ଏପରି ଭାବେ ବହୁ ସ୍ଥାନକୁ ବିଭିନ୍ନ ସ୍ଥାନରେ ଯୁବତୀ ମାନଙ୍କୁ ଆଣି ଛାଡି ଏଠାରେ ଗ୍ରାହକ ମାନଙ୍କୁ ଯୋଗାଡ କରୁଥିଲେ। ନବରଙ୍ଗପୁର ପୁଲିସ ଟିମ୍ ପାରାବେଡା ସତିଶ୍ ଘରେ ଯେତେବେଳେ ଚଢ଼ାଉ କରୁଥିଲେ। ସତିଶର ଘରେ ପ୍ରସାଦ ରାଓ ପେଟାର ଜଣେ ମହିଳା ଜାନୁ(ଛଦ୍ମନାମ) ବି ଉକ୍ତ ଘରେ ଥିଲେ। ସେହି ମହିଳା ଓ ସତିଶ ଉକ୍ତ ପାରାବେଡା ଘରେ ଘର ଭଡା ନେଇ ରହୁଥିଲେ ଏବଂ ଏହି ସେକ୍ସ ରେକେଟ ଚଳାଉଥିଲେ। ସତିଶ ଘରୁ ଜଣେ ନାବାଳିକାକୁ ବି ଉଦ୍ଧାର କରାଯାଇଛି। ତେବେ ଉକ୍ତ ନବାଳିକା ସତିଶର ଘରେ ଥିବା ମହିଳାଙ୍କ ସମ୍ପର୍କୀୟ ବୋଲି କହିବା ସହ ସେ ତାଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe